ଖସିଲା ପଲସ୍ତରା: ୬ ଛାତ୍ରୀଛାତ୍ର ଆହତ, ଶିକ୍ଷୟିତ୍ରୀ ଗୁରୁତର

ବଇଣ୍ଡା,୬।୭(ପରିକ୍ଷିତ ସାହୁ)୫ ବର୍ଷ ହେଲା ଅଙ୍ଗନଓ୍ବାଡି ଛାତରୁ ପାଣି ଗଳୁଛି। କାନ୍ଥ ମଧ୍ୟ ଫାଟି ଯାଇଛି। ତେଣୁ ଏପରି ବିପଦପୂର୍ଣ୍ଣ କୋଠରିରେ କୁନି କୁନି ପିଲାଙ୍କୁ ନ ବସାଇବାକୁ ସତର୍କ କରିଥିଲେ ସରପଞ୍ଚ। ହେଲେ ଏଥିପ୍ରତି ସିଡିପିଓ କିମ୍ବା ବିଡିଓ କେହି ବି ଦୃଷ୍ଟି ଦେଲେ ନାହିଁ। ଫଳରେ ବୁଧବାର ଘଟିଗଲା ଅଘଟଣ। ପିଲା ଓ ଦିଦିଙ୍କ ମୁଣ୍ଡ ଉପରେ ଖସିପଡ଼ିଲା ପଲସ୍ତରା। ମୁଣ୍ଡ ଫାଟି ଯାଇଥିବାରୁ ଗୁରୁତର ହୋଇଛନ୍ତି ଦିଦି। ଆହତ ହୋଇଛନ୍ତି ୬ ଛାତ୍ରୀଛାତ୍ର।
ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତରେ ଥିବା ଝିଲ୍ଲୀମୁଣ୍ଡା ଅଙ୍ଗନଓ୍ବାଡି କେନ୍ଦ୍ରର ଛାତରୁ ପଲସ୍ତରା ଖସି ଶିକ୍ଷୟିତ୍ରୀ ସୁଭାଷିନୀ ରଣା ଗୁରୁତର ହୋଇଛନ୍ତି। ୩ ଛାତ୍ରୀ ଓ ୩ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ୟା ବେହେରା, କରନ ସାହୁ, ତପସ୍ବିନୀ ବେହେରା, ସାଇରାମ ସାହୁ, ମିଲନ ସାହୁ ଓ ଶୁଭମ ଭୋଇ। ସମସ୍ତଙ୍କୁ ପ୍ରଥମେ ନିକଟସ୍ଥ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଛାତ୍ରୀଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଗୁରୁତର ଶିକ୍ଷୟିତ୍ରୀ ସୁଭାଷିନୀଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଝିଲ୍ଲୀମୁଣ୍ଡା ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ, ଝିଲ୍ଲୀମୁଣ୍ଡା ଗ୍ରାମର ୨୪ ଛାତ୍ରୀଛାତ୍ର ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାଠ ପଢ଼ନ୍ତି। ପୂର୍ବାହ୍ନ ୯ଟା ବେଳେ

୨୩ ଛାତ୍ରୀଛାତ୍ର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିଥିଲେ। ସେମାନେ ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠରିରେ ବସିଥିବା ବେଳେ ସାଢ଼େ ୧୦ଟା ବେଳେ ହଠାତ ଛାତରୁ ପଲସ୍ତରା ଖଣ୍ଡମାନ ଖସିବା ଆରମ୍ଭ ହୋଇଥିଲା। ପ୍ରଥମେ ପଲସ୍ତରାର କିଛି ଅଂଶ ଛାତ୍ର ଶୁଭମଙ୍କ ମୁଣ୍ଡରେ ପଡିଥିଲା। ଏହାପରେ ଅନ୍ୟ ୫ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷୟିତ୍ରୀ ସୁଭାଷିନୀଙ୍କ ଉପରେ ପଲସ୍ତରା ଖସିପଡ଼ିଥିଲା। ଏଥିରେ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଛାତୀଛାତ୍ରମାନେ ଆହତ ହୋଇଥିଲେ। ଏହା ଦେଖି ଅନ୍ୟମାନେ ଭୟରେ ବାହାରକୁ ପଳାଇ ଯାଇଥିଲେ। ଖବରପାଇ ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶିକ୍ଷୟିତ୍ରୀ ଓ ଆହତ ପିଲାମାନଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ଏ ନେଇ ଗ୍ରାମବାସୀ କହିଛନ୍ତି, ୨୦୦୯ ମସିହାରେ ଉକ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇଥିଲା। ହେଲେ ତତ୍କାଳୀନ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ବୁଝାମଣା ଯୋଗୁ ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିଲା। ଏଥିଯୋଗୁ ୨୦୧୮ ମସିହାରୁ ଏହି କେନ୍ଦ୍ରର ଛାତରୁ ବର୍ଷା ପାଣି ଗଳୁଛି। କାନ୍ଥ ଫାଟି ଯିବାରୁ ଏହା ବିପଦସଂକୁଳ ଅବସ୍ଥାରେ ରହିଛି। ସରପଞ୍ଚ ଭରତ ଚନ୍ଦ୍ର ସାହୁ କହିଛନ୍ତି, ବିପଦପୂର୍ଣ୍ଣ ଏହି କେନ୍ଦ୍ରରେ ପିଲାଙ୍କୁ ପାଠ ନ ପଢ଼ାଇବା ପାଇଁ ୧୨ ମାର୍ଚ୍ଚ ୨୦୨୨ ଓ ୪ ଏପ୍ରିଲ ୨୦୨୩ରେ ଆଠମଲ୍ଲିକ ସିଡିପିଓ ଏବଂ ବିଡିଓଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏ ଦିଗରେ ଆଦୌ ଦୃଷ୍ଟି ଦିଆଯାଇ ନ ଥିଲା। ତୁରନ୍ତ ଏକ ନୂତନ କେନ୍ଦ୍ର ନିର୍ମାଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଝିଲ୍ଲୀମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବରପାଇ ବହୁ ବିଳମ୍ବରେ ସିଡିପିଓ ଏବଂ ବିଡିଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ସିଡିପିଓ ତରଙ୍ଗିନୀ ମିର୍ଦ୍ଧା କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ସରକାରଙ୍କୁ ଅବଗତ କରାଯିବ। ଆଠମଲ୍ଲିକ ଉପ ଜିଲାପାଳ ତରଣୀ ସୁନା କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ: ବିମାନ ବନ୍ଦରରେ ପ୍ରବଳ ଭିଡ଼

ଶ୍ରୀନଗର,୨୩।୪: ପହଲଗାମ୍‌ ଆକ୍ରମଣ ପରେ ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ। ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ...

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ପ୍ରତିଶୋଧ ନେବ ଭାରତ: ଭୟରେ ଥରହର ପାକିସ୍ତାନ ବାୟୁସେନାକୁ କଲା ସତର୍କ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର...

ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image