ଧସୁଛି ବନ୍ଧ, ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ, ୨୯।୭-ବୁଢ଼ାବଳଙ୍ଗରୁ ବାହାରିଥିବା ବାହାର୍ଦ୍ଦା ଶାଖା ନଈ ବାଲେଶ୍ୱର ଜିଲା ସଦର ବ୍ଲକ ଗୋପିନାଥପୁର ପଞ୍ଚାୟତ ବାହାର୍ଦ୍ଦା ଗ୍ରାମଦେଇ ବଙ୍ଗୋପସାଗରରେ ମିଶିଛି। ବାହାର୍ଦ୍ଦା ନଈରେ ସମୁଦ୍ର ଜୁଆର ପାଣି ପ୍ରବାହିତ ହେବା ଯୋଗୁ ୪ ଫୁଟରୁ ଅଧିକ ବନ୍ଧ ଧସିଗଲାଣି। ବନ୍ଧ ଭୁଶୁଡ଼ିଲେ ଉକ୍ତ ଅଞ୍ଚଳରେ ଥିବା ଶହ ଶହ ଏକର ଚାଷଜମି ବୁଡ଼ିବା ସହ ଅଧା ଗାଁରେ ଲୁଣିପାଣି ପଶିଯିବ। ଶାଖା ନଈ ଗ୍ରାମବାସୀଙ୍କ ପାଇଁ ଘାତକ ସାଜିଛି। ଅଞ୍ଚଳବାସୀ ଧାନ ଓ ମାଛ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ଲୁଣି ପାଣି ପଶିଲେ ଉକ୍ତ ପଞ୍ଚାୟତ ଅଧୀନ ୧୩ଟି ୱାର୍ଡ଼ର ୫ହଜାରରୁ ଊର୍ଦ୍ଧ୍ୱ ଲୋକ ଜୀବିକା ହରାଇବା ଆଶଙ୍କା ରହିଛି।
ସମୁଦ୍ରରେ ଜୁଆର ଆସିଲେ ଶାଖା ନଈରେ ଭରିଯାଉଛି ଲୁଣି ପାଣି। ଗତ କିଛିମାସ ହେବ ନଈ କଡ଼େ ଯାଇଥିବା ବନ୍ଧରାସ୍ତାକୁ ନିଜ ଗର୍ଭରେ ମିଶାଇ ସାରିଲାଣି। ନଈର ପ୍ରଭାବରେ ରାସ୍ତା ଦବିଯାଉଛି। ରାସ୍ତା ଦବିଯିବା ଭୟରେ ଲୋକେ ବାଉଁଶ ପୋଲଟିଏ ବାନ୍ଧି ଅନ୍ୟ ଏକ ରାସ୍ତା ନିର୍ମାଣ କରି ଯା’ଆସ କରୁଛନ୍ତି। ଯଦି ରାସ୍ତା ସମ୍ପୂର୍ଣ୍ଣ ନଦୀଗର୍ଭକୁ ଚାଲିଯିବ ତେବେ ଗାଁ ଭିତରେ ମାଡ଼ିଯାଇପାରେ ଲୁଣି ପାଣି। ଏଠାରେ ପଥରବନ୍ଧ ନିର୍ମାଣ ଲାଗି ପଞ୍ଚାୟତବାସୀ କମଳଲୋଚନ ପରିଡ଼ା, ବୁଦ୍ଧିରାମ ମଣ୍ଡଳ, ସୁରେଶ ବେରା, ନିତ୍ୟାନନ୍ଦ ଦାସ, ସୁବଳ ବେହେରା, ପ୍ରଦୀପ୍ତ ମଣ୍ଡଳ ଓ ସପନ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ଜଳସମ୍ପଦ ବିଭାଗର ଅଧିକାରୀ ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ବନ୍ଧ ରାସ୍ତା ମରାମତି ଲାଗି ସେ ଆଶ୍ୱାସନା ଦେଇଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ଦୀପକ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଛି, ଖୁବ୍‌ଶୀଘ୍ର କୌଣସି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri