ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କର: ମନ୍ତ୍ରୀ ପୂଜାରୀ

ସମ୍ବଲପୁର,୪।୮: ହୀରାକୁଦ ଡ୍ୟାମ୍‌ ଜଳ ପରିଚାଳନା ନେଇ ରବିବାର ବୁର୍ଲାରେଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ହୀରାକୁଦ ଡ୍ୟାମ୍‌ ସମେତ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଛନ୍ତି। ବିଶେଷ କରି ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ଉତ୍ପାଦନ ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପୂଜାରୀ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କରିବାକୁ ସମ୍ବଲପୁର, ଝାରସୁଗୁଡ଼ା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ପାଣି ନେଉଥିବା ଶିଳ୍ପ ସଂସ୍ଥା କୋଟି କୋଟି ଟଙ୍କା ଦେଉ ନ ଥିବା ମନ୍ତ୍ରୀ କହିଥିଲେ। ଏପରିକି ଶିଳ୍ପ ସଂସ୍ଥାରୁ ବାହାରୁଥିବା ପ୍ରଦୁଷିତ ପାଣି ସିଧା ଡ୍ୟାମ ଭିତରକୁ ଛାଡୁଛନ୍ତି। ଏନେଇ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବସାଇ ଜଳ ବିଶୋଧନ କରି ପାଣି ଛାଡ଼ିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।

Share