ଶୋଷ ମେଣ୍ଟାଉଛି ଚୁଆ ପାଣି

ଦଶମନ୍ତପୁର, ୩୦ା୫ (ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ ଶୁଖିଯାଉଛି କୂଅ, ନଳକୂଅ। ଟୋପାଏ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ପିଇବା ପାଣି ମୁନ୍ଦାଏ ପାଇଁ ବୁଲିବାକୁ ପଡୁଛି କେତେଆଡ଼। ଗୁହାରି କଲେ ବି କୌଣସି ଅଧିକାରୀ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡା ପଞ୍ଚାୟତ ରାଣୀଗୁଡା ଗ୍ରାମବାସୀ।
ଗାଁରେ ୩୭ ପରିବାର ଆଦିବାସୀ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ପୋଡୁ ଚାଷ। ବିଶେଷ କରି ପିଇବା ପାଣିର ସୁବିଧା ନ ଥିବାରୁ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷ ହେଲା ଗାଁରେ ଏକମାତ୍ର ନଳକୂଅ ରହିଛି। ପୁରୁଣା ହୋଇଯିବା ଯୋଗୁ ସେଥିରୁ ମଧ୍ୟ ଭଲ ପାଣି ବାହାରୁ ନାହିଁ। ଖରା ଯୋଗୁ ନଳକୂଅ ମଧ୍ୟ ଶୁଖି ଯାଉଛି। ହେଲେ ପାଣି ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଶେଷରେ କୌଣସି ବିକଳ୍ପ ନ ପାଇ ଗାଁ ନିକଟରେ ଥିବା ଏକ ଚୁଆରୁ ପାଇପ୍‌ ଯୋଗେ ବିଲ ପାଖରେ ଥିବା କୁଣ୍ଡରେ ସଂଯୋଗ କରି ସେଥିରୁ ପାଣି ସଂଗ୍ରହ କରୁଛୁ ବୋଲି ଗାଁର କିତଲ ଜାନୀ, ସଲୋପ ଜାନୀ, ହିରମେ ଜାନୀ ପ୍ରମୁଖ କହିଛନ୍ତି। ଦୂଷିତ ପାଣି ପିଇ ଗ୍ରାମବାସୀ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ପିଇଓ ସୁଶାନ୍ତ କୁମାର ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗାଁରେ ଏକ ନୂତନ ନଳକୂଅ ଖୋଳିବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

ଚିକିତ୍ସା ସମୟରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଚିହ୍ନଟ ପାଇଁ ସୁଙ୍କି ପୋଲିସ ପଠାଇଲା ଜିଲା ମେଡ଼ିକାଲ କଲେଜ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ସୁଙ୍କି ଥାନା ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରହିଥିବା ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ...

ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା...

ବଡ଼ ଧରଣର ଅବକାରୀ ଚଢାଉ, ଦେଶୀ ମଦ ଭାଟି ଭାଙ୍ଗିଲେ ଅଧିକାରୀ

ଜୟପୁର,୧୦ା୪(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରୀ...

ଓଡ଼ିଆ ପକ୍ଷ ପାଳନ: ବିଜ୍ଞାନ ଇଣ୍ଟରନେସନାଲ ଡିଗ୍ରୀ କଲେଜ ତରଫରୁ ରକ୍ତଦାନ ଶିବିର

କୋରାପୁଟ,୧୦।୪(ଅମିତାଭ ବେହେରା): ଓଡ଼ିଆ ପକ୍ଷ ପାଳନ ଅବସରରେ ବିଜ୍ଞାନ ଇଣ୍ଟର୍ନେସନାଲ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଗୁରବାର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।...

ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଜୟପୁର,୧୦।୪(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବୈପାରୀଗୁଡ଼ା...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image