ପୁଅ ହେବା ପାଇଁ ମଣିଷ ଖପୁରି ସଂଗ୍ରହ

ବାହାନଗା,୨୭ା୨(ଡି.ଏନ.ଏ.):ଦୁଇ ଝିଅ ପରେ ପୁଅଟିଏ ଆଶା କରି ଜଣେ ଯୁବକ ଗୁଣିଆ କଥାରେ ପଡ଼ି ଜଣେ ସହଯୋଗୀଙ୍କ ସହ ସମୂଦ୍ର କୂଳରେ ପୋତା ହୋଇଥିବା ମୃତଦେହରୁ ଖପୁରି କାଟି ନେବାକୁ ଉଦ୍ୟମ କରି ଧରାପଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବରଜଦେଉଳି ଅଞ୍ଚଳରେ ଏହି ଘଟଣା ଘଟିଛି। ଧରାପଡ଼ିଥିବା ଯୁବକ ଦ୍ୱୟ ହେଲେ ଗୋପାଳପୁର ଥାନା ଅଧୀନ ଆରୁହାବାଡ଼ ଗ୍ରାମର ବାପି କେସି ଓ ତାଙ୍କ ସହଯୋଗୀ ଭାସୁଆ ମହାଳିକ।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଓ କେତେଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାବେଳେ ୨ ଯୁବକ ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ବାଲିକୁ ଖୋଳୁଥିବା ଦେଖିବାକୁ ପାଇଥିଲେ। ବାଲି ଖୋଳି ଯୁବକଦ୍ୱୟ ସେଠାରେ ପୋତା ହୋଇଥିବା ମୃତଦେହରୁ ମୁଣ୍ଡ ଖପୁରି କାଟିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ଓ ମତ୍ସ୍ୟଜୀବୀ ସେଠାରେ ପହଞ୍ଚତ୍ ଉଭୟଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ପରେ ୨୦ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ଶିଶିର ଅଗସ୍ତି ସେଠାରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରି ଗୋପାଳପୁର ଫାଣ୍ଡିକୁ ଖବର ଦେଇଥିଲେ। ମଣିଷ ଖପୁରି ଆଣି ପୂଜା କଲେ ପୁଅ ହେବ ବୋଲି ଜଣେ ଗୁଣିଆ କହିଥିବାରୁ ବାପି ବାଲି ଖୋଳି ଶବରୁ ଖପୁରି ସଂଗ୍ରହ କରୁଥିଲେ ବୋଲି ଲୋକଙ୍କୁ କହିଛନ୍ତି।
ତେବେ ସେଠାରେ କାହାର ମୃତଦେହ ପୋତା ଯାଇଥିଲା ତାହା କେହି କହିପାରୁ ନାହାନ୍ତି। ଧରାପଡ଼ିଥିବା ଯୁବକଦ୍ୱୟ ଖପୁରିକୁ ନେଇ ଗୁଣିଗାରେଡ଼ି କାମରେ ଲଗାଇଥାନ୍ତେ ବୋଲି ଲୋକେ କହିଛନ୍ତି। ପୋଲିସ ପହଞ୍ଚତ୍ଲା ବେଳକୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ସେ ସ୍ଥାନରୁ ପଳାଇଥିଲେ। ଧରାପଡ଼ିଥିବା ଯୁବକଦ୍ୱୟ ସଂଗ୍ରହ କରିଥିବା ଖପୁରିକୁ ସେଠାରେ ପୋତି ଦେଇଥିବା ସୂଚନା ମିଳିଛି।

Share