ଛତ୍ରପୁର,୨୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବାଇପାସ ଅଞ୍ଚଳରେ ଥିବା ସମସ୍ତ ପାନ ଦେକାନକୁ ଏକ ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟ୍ଖା, ବିଡି, ସିଗାରେଟ, ଖଇନି ଆଦି ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଯାଞ୍ଚ ବେଳେ ସ୍କ୍ବାଡ ଦେଖିବାକୁ ପାଇଥିଲେ । ଉକ୍ତ ୨୮ ଦୋକାନୀଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବ୍ରହ୍ମପୁରସ୍ଥିତ ସିଡିଏମ୍ଓ ଅଫିସର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢ଼ୀଙ୍କ ନେତୃତ୍ୱରେ ଏକ ସ୍କ୍ବାଡ ଟିମ୍ ଏହି ଚଢ଼ାଉ କରି ପାନ ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। ଛତ୍ରପୁର ପୋଲିସ ଫୋର୍ସ ଏହି ଯାଞ୍ଚରେ ସହାୟତା କରିଥିଲେ।