Categories: ବାଣିଜ୍ୟ

୮,୫୦,୦୦୦ ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ

ଭୁବନେଶ୍ୱର,୨୯ା୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସ ବା ଏଚସିସିବି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲା। ଏପରିକି କମ୍ପାନୀ ଆନନ୍ଦନା କୋକା-କୋଲା ଫାଉଣ୍ଡେଶନ ସହଭାଗିତାରେ ପୁରୀ ରଥଯାତ୍ରା ଓ ସମୁଦ୍ର କୂଳ ପରିସରରୁ ପ୍ରାୟ ୮,୫୦,୦୦୦ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଛି। ଉଲ୍ଲେଖଯୋଗ୍ୟ, ଏସିସିବି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଦି ୱାଇ୪ଡ଼ି ଫାଉଣ୍ଡେଶନ ଓଡିଶା, ଫାଉଣ୍ଡେଶନ ଏବଂ ଜଳବାୟୁ ସୁରକ୍ଷା, ଓଡିଶା ବିକାଶ ପରିଚାଳନା କାର୍ଯ୍ୟକ୍ରମ ଏବଂ ପୁରୀ ପୌରପାଳିକା ସମର୍ଥନରେ ସଂଗୃହୀତ ୮,୫୦,୦୦୦ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୋଟ ୧୭,୦୦୦କିଲୋଗ୍ରାମରୁ ଅଧିକ ହୋଇଥିଲା।

ଏହି ପ୍ରୋଜେକ୍ଟରେ ବୋତଲ ସଂଗ୍ରହ ପାଇଁ ଉସତ୍ର୍ଗୀକୃତ ଜୋନ ସହିତ ଏବଂ ପ୍ରଶିକ୍ଷିତ ‘ସଫାଇ ସାଥି’ ଦ୍ୱାରା ପରିଚାଳିତ ସଚେତନତା ଅଭିଯାନ ପାଇଁ ଏକ ବିସ୍ତୃତ ସେଟଅପ ଦେଖିବାକୁ ମିଳିଥିଲା। ସରକାରୀ ଏବଂ କର୍ପୋରେଟର ମଧ୍ୟରେ ଏକ ଦୃଢ ସହଭାଗିତାର ପ୍ରତୀକ ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ସଂଗ୍ରହ ଷ୍ଟଲ ଉଦଘାଟନ କରିବା ସହିତ ଏହି ଅଭିଯାନ ଓଡିଶା ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ପାଇଥିଲା। ଏସିସିବିର ଜନସମ୍ପର୍କ ମୁଖ୍ୟ (ଯୋଗାଯୋଗ ଏବଂ ସ୍ଥାୟୀତା ଅଫିସର) ହିମାଂଶୁ ପ୍ରିୟଦର୍ଶୀ କହିଛନ୍ତି, ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା ସହିତ ପୁରୀର ଐତିହ୍ୟକୁ ପାଳନ କରିବା ପାଇଁ ଆମର ମିଶନ ଏହି ପଦକ୍ଷେପ ମାଧ୍ୟମରେ ସ୍ପଷ୍ଟ ରୂପେ ଜୀବନ୍ତ ହୋଇଉଠିଛି। ପୁରୀରେ ଆମର ସାମୂହିକ ପ୍ରୟାସର ସ୍ପଷ୍ଟ ପ୍ରଭାବ ଦେଖି ଆମେ ଆନନ୍ଦିତ।

Share