ଶହୀଦ ପୀଠରୁ ମାଟି ସଂଗ୍ରହ

ଧାମନଗର, ୩୦।୯ (ଦେବେନ୍ଦ୍ର ଆନ୍ଦିଆ)-ଭଦ୍ରକ ଜିଲା ଧାମନଗର ବିଧାନସଭା କ୍ଷେତ୍ରର ଲୁଣିଆ ଗୁଳିକାଣ୍ଡ ସ୍ମାରକୀସ୍ଥଳୀ ଶହୀଦନଗରସ୍ଥିତ ଶହୀଦ ସ୍ମୃତିପୀଠଠାରେ ଭାଜପା ପକ୍ଷରୁ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ଏମ୍‌ପି ଐର ଖାରବେଳ ସ୍ବାଇଁ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଭାଜପା ଜିଲା ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ଡା. ପ୍ରଦୀପ ନାୟକ, ରାଜ୍ୟ ପରିଷଦ ସଦସ୍ୟ ବଦ୍ରିନାରାୟଣ ଧଳ, ଜଗନ୍ନାଥ ଦାସ, ପୂର୍ବତନ ଜିଲା ପରିଷଦ ସଦସ୍ୟା ଉମାମଣି ସାହୁ ପ୍ରମୁଖ ଶହୀଦପୀଠରୁ ମାଟି ନେବା ସହ ସଂଗ୍ରାମୀଙ୍କ ପରିବାରଠାରୁ ମାଟି ଗ୍ରହଣ କରିଥିଲେ।