‘ରକ୍ଷା ବନ୍ଧନ’କୁ ପଛରେ ପକାଇଲା ‘ଲାଲ ସିଂ ଚଡ୍ଡା’: ପ୍ରଥମ ଦିନରେ କଲା ଏତିକି କଲେକ୍ସନ୍‌

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଏବଂ ‘ରକ୍ଷା ବନ୍ଧନ’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଏହି ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ୍‌ ହୋଇଥିବାରୁ ଟକ୍କର ବରାବର ରହିଛି। ଏହାରି ମଧ୍ୟରେ ‘ଲାଲ ସିଂ ଚଡ୍ଡା’ ଏବଂ ‘ରକ୍ଷା ବନ୍ଧନ’ର ଓପନିଂ କଲେକ୍ସନ୍‌ର ପ୍ରାରମ୍ଭିକ ଆକଳନ ସାମ୍ନାକୁ ଆସିଛି । ତେବେ ବକ୍ସ ଅଫିସରେ ‘ଲାଲ ସିଂ ଚଡ୍ଡା’ ପ୍ରଥମ ଦିନରେ ପ୍ରାୟ ୧୦.୭୫ କୋଟି କଲେକ୍ସନ୍‌ କରିଛି । ହେଲେ କୁହାଯାଉଛି କି, ଏଥର ଆମୀର ଖାଁଙ୍କ ସର୍ବନିମ୍ନ ଫାଷ୍ଟ ଡେ କଲେକ୍ସନ୍‌ ହୋଇଛି। ସେହିପରି ‘ରକ୍ଷାବନ୍ଧନ’ର ଓପନିଂ କଲେକ୍ସନ୍‌ ବକ୍ସ ଅଫିସରେ ପ୍ରାୟ ୮ରୁ ୮.୫୦ ରହିଛି। ଦେଖିବାକୁ ଗଲେ, ‘ଲାଲ ସିଂ ଚଡ୍ଡା’ଠାରୁ ‘ରକ୍ଷାବନ୍ଧନ’ର ବଜେଟ କମ୍‌, ତେଣୁ ଏହାର ପ୍ରଥମ ଦିନର ରୋଜଗାର ଠିକ୍‌ଠାକ୍‌ ବୋଲି କୁହାଯିବ। ହେଲେ ପ୍ରଥମ ଦିନରେ ଯେତିକି ଆଶା କରାଯାଉଥିଲା ତା’ଠାରୁ ଏହା କମ୍‌ ରହିଛି।

Share