ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ

ଛତ୍ରପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଦିବ୍ୟାଙ୍ଗମାନଙ୍କ ମଙ୍ଗଳ ପାଇଁ ଅଭିଯୋଗ ଶୁଣାଣି ‘ଦିବ୍ୟାଙ୍ଗଜନ ସମାଧାନ’ ଜିଲାରେ ଶୁଭାରମ୍ଭ ହୋଇଛି । ସୋମବାର ଛତ୍ରପୁରସ୍ଥିତ ଜଉଗଡ଼ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଣାଣି କରିଥିଲେ । ଏଥିସହ ଜିଲାର ସମସ୍ତ ବ୍ଲକରେ ମଧ୍ୟ ଦିବ୍ୟାଙ୍ଗମାନଙ୍କ ଅଭିଯୋଗ ଶୁଣାଣି ହୋଇଥିଲା। ଏଥିଲାଗି ଜିଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷର ନାମ ପରିବର୍ତ୍ତନ କରି ତାହାକୁ ଜଉଗଡ଼ ସମ୍ମିଳନୀ କକ୍ଷ ନାମିତ କରାଯାଇଛି। ‘ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣିରେ ଦିବ୍ୟାଙ୍ଗମାନଙ୍କର ସ୍ବାସ୍ଥ୍ୟ, ପ୍ରମାଣପତ୍ର, ଜୀବନ ଜୀବିକା, ସରକାରୀ ସହାୟତା, ଉପକରଣ ଆବଣ୍ଟନ, ଋଣ ପ୍ରଦାନ, ଶିକ୍ଷା ଇତ୍ୟାଦି ସମ୍ପର୍କରେ ଶୁଣାଣି ହୋଇଥିଲା।

Share