ବନବାସୀଙ୍କ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ

ନୂଆପଡା,୨୬।୧୨ (ମକାରୁ ବେମାଲ):ସମୁଦ୍ର ପତନଠାରୁ ୩୬ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ ନୂଆପଡ଼ା ଜିଲାର ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡା ଗାଁ ା ଏହି ଗାଁର ଦୁର୍ଗମ ଅଞ୍ଚଳ ବୁଲି ବନବାସୀ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ ମଧୁସୁଦନ ଦାସ। ସୂଚନା ମୁତାବକ ଗତ ମାସରେ ସୁନାବେଡା ପଞ୍ଚାୟତ ଯୋଗିମୁଣ୍ଡା ଗାଁର ଜଣେ ବୃଦ୍ଧା ଲିଲାବତି ପହରିଆ ଅନ୍ୟ ଜଣକ ସାହାଯ୍ୟରେ ନୂଆପଡା ଆସି ଜିଲାପାଳ ଦାସଙ୍କୁ ସାକ୍ଷାତ କରି ଗାଁ ସମସ୍ୟା କହିବା ସହ ନିଜ ସମସ୍ୟା ସବୁ ବଖାଣି ଥିଲେ। ଜିଲାପାଳ ସବୁ ସମସ୍ୟା ଶୁଣିଲା ପରେ ବୃଦ୍ଧା ଲିଲାବତିକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇ ବୃଦ୍ଧାଙ୍କୁ କହିଥିଲେ, ଗାଁକୁ ଦିନେ ନା ଦିନେ ନିଶ୍ଚୟ ପହଞ୍ଚିବେ। ବୁଧବାର ସୁନାବେଡା ଗସ୍ତରେ ଯାଇଥିବାବେଳେ ସେହି କଥାକୁ ମନେ ପକାଇ ଯୋଗିମୁଣ୍ଡା ଗାଁକୁ ଯାଇ ଲିଲାବତି ସହ ସାକ୍ଷାତ କରି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯୋଗିମୁଣ୍ଡାରେ ବହୁତ ଶୀଘ୍ର ଏକ କ୍ୟାମ୍ପ କରି ସମସ୍ତଙ୍କ ଆଧାର, ଭୋଟ ପରିଚୟ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା, ଜମି ପଟ୍ଟା ଇତ୍ୟାଦି ସମସ୍ୟାର ସମାଧାନ କରାଯିବ ବୋଲି କୋମନା ବିଡିଓ ହେମନ୍ତ କୁମାର ପୁଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଏହି ସମୟରେ ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କ ସହ ବସି ସୁନାବେଡା ଅଭୟାରଣ୍ୟରେ ମିଲୁଥିବା ମିଠେଇ କନ୍ଦ, ପିତା କନ୍ଦା ଖାଇଥିଲେ। ଡଙ୍ଗରିଆ କନ୍ଦମୂଳ ଖାଇ ଜିଲାପାଳ ପ୍ରଶଂସା କରିଥିଲେ। ଏହି ସମୟରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଡିଏଫ୍‌ଓ ମହାଦେବ ବୁଡାଇକ, କୋମନା ବିଡିଓ ହେମନ୍ତ ପୁଟା, ଏବିଡିଓ ଭକ୍ତବନ୍ଧୁ ବୁଡେକ, ଚକୋଟିଆ ଭୁଞ୍ଜିଆ ସ୍ବତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ, ସୁନାବେଡା ସରପଞ୍ଚ ରଜନି ଜଗତ, ସମିତି ସଭ୍ୟ ହେମଲାଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image