କଲେକ୍ଟୋରିଏଟରେ ହେଲା ନମୁନା ସଂଗ୍ରହ

ସୁନ୍ଦରଗଡ଼,୮।୧(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣ ହାର ଉପରମୁହାଁ ହେବା ଏବେ ଚିନ୍ତା ବଢାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲାରେ ଗତ ୨୪ଘଣ୍ଟା ମଧ୍ୟରେ ୪୫୪ଜଣଙ୍କ ନମୁନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏଥି ମଧ୍ୟରେ ବାଲିଶଙ୍କରା ବ୍ଲକରେ ୭, ବଡଗାଁ ବ୍ଲକରେ ୯, ବୀରମିତ୍ରପୁର ପୌରାଞ୍ଚଳରେ ୧୧, ବିଶ୍ରା ବ୍ଲକରେ ୫୦, ବଣାଇଁ ବ୍ଲକରେ ୮, ହେମଗିର ବ୍ଲକରେ ୮, କୋଇଡା ବ୍ଲକରେ ୨, କୁଅଁରମୁଣ୍ଡା ବ୍ଲକରେ ୩, କୁତ୍ରା ବ୍ଲକରେ ୧୩, ଲହୁଣୀପଡା ବ୍ଲକରେ ୬, ଲାଠିକଟା ବ୍ଲକରେ ୧୦, ଲେଫ୍ରିପଡା ବ୍ଲକରେ ୬୧, ନୂଆଁଗାଁ ବ୍ଲକରେ ୫, ରାଜଗାଙ୍ଗପୁର ବ୍ଲକରେ ୨୮, ରାଉରକେଲା ସହରାଞ୍ଚଳରେ ୧୭୯, ସୁନ୍ଦରଗଡ଼ ସଦର ବ୍ଲକରେ ୩ , ସୁନ୍ଦରଗଡ଼ ସହରରେ ୩୫ ଏବଂ ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ କଲେକ୍ଟୋରିଏଟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କର ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ରାତି ୯ଟାରୁ ସରକାରଙ୍କ ପକ୍ଷରୁ ଘୋଷିତ ରାତ୍ରିକାଳୀନ କଫ୍ୟୁକୁ କଡାକଡି ଭାବେ ପାଳନ କରାଯାଉଛି ।