ବିଧାନସଭାରେ କଲେଜ ନିର୍ବାଚନ ତାତି

ଭୁବନେଶ୍ୱର,୨୧।୮ (ଅନିଲ ଦାସ):କଲେଜ ନିର୍ବାଚନକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ବିଧାନସଭାକୁ ଅଚଳ କରିଦେଇଛି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ସବୁ କିଛି ବିରୋଧୀଙ୍କ ହୋ ହଲ୍ଲାରେ ହଜିଯାଇଛି। କିଛିଦିନ ବ୍ରେକ ପରେ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆରମ୍ଭରୁ ବିରୋଧୀ କଲେଜ ନିର୍ବାଚନ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ, ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ଇତ୍ୟାଦି ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ଆଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିଥିଲେ। ବିଧାନସଭାରେ ୧୦ ମିନିଟ୍‌ ଧରି ଶୋକ ପ୍ରସ୍ତାବ ଆଲୋଚନା ପରେ ୧୦ଟା ୪୦ ମିନିଟ୍‌ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କଲେଜ ନିର୍ବାଚନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଆକ୍ରମଣ କରିଥିଲେ। ସେ କହିଥିଲେ, ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କାହିଁକି କରାଯିବ ନାହିଁ। ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ। ଏହି ଦାବିକରି ତାରା ଓ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। କଲେଜ ଇଲେକ୍ସନ ଆମର ଦାବି.. ଆମର ଦାବି କହି ସ୍ଲୋଗାନ ଦେଇଥିଲେ। ବିଜେଡି ସଭ୍ୟମାନେ ନିଜ ଆସନ ନିକଟରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ, ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାକୁ ନେଇ ହଟ୍ଟଗୋଳ କରିଥିଲେ।
ଇତିମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଗେଇ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ମାତ୍ର ୧ ମିନିଟ୍‌ ପରେ ଗୃହକୁ ୧୦ଟା ୪୧ରୁ ୧୧ଟା ୪୧ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ଏହା ପରେ ମଧ୍ୟ ଗୃହରେ ସ୍ବାଭାବିକ ସ୍ଥିତି ଫେରି ନ ଥିଲା। ୧୧ଟା ୪୧ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟମାନେ ସମାନ ଦାବି ନେଇ ପୁଣି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ବିବୃତି ପରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୪୫ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ମଧ୍ୟ ଗୃହ ସ୍ବାଭାବିକ ହୋଇ ପାରି ନ ଥିଲା। ତେବେ ଅପରାହ୍ନରେ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବିଭିନ୍ନ ବିଭାଗର ପେପର ଓ ଷ୍ଟାଣ୍ଡିଂ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏହାପରେ ବାଚସ୍ପତି ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri