ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌ ମହିଳା ବିଭାଗରେ ୬ ମହାବିଦ୍ୟାଳୟରୁ ୮ଟି ଦଳ, ପୁରୁଷ ବିଭାଗରେ ୧୪ ମହାବିଦ୍ୟାଳୟରୁ ୧୫ଟି ଦଳ ଭାଗ ନେଇଥିଲେ। ସେହିପରି କ୍ୟାରମ ମହିଳା ବିଭାଗରେ ୯ ମହାବିଦ୍ୟାଳୟରୁ ୧୨ଟି ଦଳ ଓ ପୁରୁଷ ବିଭାଗରେ ୧୩ ମହାବିଦ୍ୟାଳୟରୁ ୨୦ଟି ଦଳ ଭାଗ ନେଇଥିଲେ। ଚେସ୍‌ ପୁରୁଷ ବିଭାଗରେ ନୂଆପଡ଼ା ନ୍ୟାଶନାଲ କଲେଜର ଛାତ୍ର ବିଭୁ ପ୍ରସାଦ ପ୍ରଧାନ ଚାମ୍ପିୟନ ହୋଇଥିବାବେଳେ ଖରିଆର ମଡେଲ ଡିଗ୍ରୀ କଲେଜର ଛାତ୍ର ହିମାଂଶୁ ବେହେରା ରନର୍ସ ଅପ ହୋଇଥିଲେ। ସେହିପରି ଚେସ୍‌ ମହିଳା ବିଭାଗରେ ନୂଆପଡ଼ା ସରକାରୀ ମହିଳା ମହାବଦ୍ୟାଳୟର ବବିତା ଯାନୀ ଚାମ୍ପିୟନ ଓ ନୂଆପଡ଼ା ନ୍ୟାଶନାଲ କଲେଜ ଛାତ୍ରୀ ଆଖିଆ ରାଜପୁତ ରନର୍ସ ଅପ ହୋଇଥିଲେ। କ୍ୟାରମ ପୁରୁଷ ବିଭାଗରେ କଳାହାଣ୍ଡି ଜିଲା ନର୍ଲା କଲେଜର ଛାତ୍ର ଡିକେସ କୁମାର ଭୋଇ ଚାମ୍ପିୟନ ହୋଇଥିବାବେଳେ ନୂଆପଡ଼ା ନ୍ୟାଶନାଲ କଲେଜ ଛାତ୍ର ବିଭୁ ପ୍ରସାଦ ପ୍ରଧାନ ରନର୍ସ ଅପ ହୋଇଥିଲେ। ମହିଳା ବିଭାଗରେ ମା’ ମାଣିକେଶରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଲୋପିତା ମହାନନ୍ଦ ଚାମ୍ପିୟନ ହୋଇଥିଲେ। ସମସ୍ତ ବିଜେତାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେତିତା ନାଥ, କୁଳସଚିବ ପୀତାମ୍ବର ଭୋଇ, ଉପକୁଳସଚିବ ମେଜର ଡ. ଜୟଦେବ ସାହୁ ଓ କ୍ରୀଡ଼ା ନିର୍ଦ୍ଦେଶକ ଡ. ଘନଶ୍ୟାମ ବେହେରା ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image