ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଲେ କଲେଜ ଅଧ୍ୟକ୍ଷ: ଛାତ୍ରୀଛାତ୍ର ଆଣିଲେ ସାଙ୍ଘାତିକ ଅଭିଯୋଗ

ବାଲିଗୁଡ଼ା,୨୩।୦୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧ୍ୟକ୍ଷ ସାଜିଲେ ଲୁଟେରା। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କଲେଜ ସଭାପତି ଓ ଛାତ୍ରୀଛାତ୍ର ଆଣିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜରେ।
କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଥିବା ବେଳେ କଲେଜରେ ସରକାରଙ୍କ ଦାରା ଧାର୍ଯ୍ୟ ଛାତ୍ରୀଛାତ୍ର ମାନଙ୍କ ନାମଲେଖା ଫି’ଠାରୁ ଅଧିକ ଆଦାୟ କରିଥିବା ସହ କଲେଜ ପାଣ୍ଠି ଟଙ୍କାକୁ ଚଞ୍ଚକତା କରି ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସେପଟେ ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ବେଖାତିରି କରି ମନମୁଖୀ କାର୍ଯ୍ୟ ଚଳାଇଥିବା ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ହେଉଛି।
ତେବେ କଲେଜର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଆଗକୁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Share