୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼,୨୬।୧୧: ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି।

ଭୂୟାଁ ସହକର୍ମୀଙ୍କର ବକେୟା ଥିବା ୫ ଲକ୍ଷ ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଉଥିଲେ। ତେବେ ସହକର୍ମୀ ଜଣକ ଏହି ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସକୁ ଜଣାଇବା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା ଏବଂ ଲାଞ୍ଚ ନେବା ସମୟରେ ସେ ଧରା ପଡ଼ିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପ୍ରିନ୍ସିପାଲଙ୍କ ୨ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ ଚାଲିଛି।

Share