Advertisement

ଜେଲ ଗଲେ କଲେଜ ଅଧ୍ୟକ୍ଷ

ସୁନାବେଡା,୪ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଜୁନିୟର ମହିଳା ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କଲେଜ ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତ ମଙ୍ଗଳବାର ଗିରଫ ହୋଇଛନ୍ତି। ୨୦୧୮ରୁ ଅଧ୍ୟକ୍ଷ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ମହିଳା କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଧ୍ୟକ୍ଷ ବେଦାନ୍ତ ତାଙ୍କ ନିକଟକୁ ହ୍ବାଟ୍ସଆପ୍‌ ଓ ସୋସିଆଲ ମିଡିଆ ମାଧ୍ୟମରେ ଅଶ୍ଳୀଳ ମେସେଜ ପଠାଉଥିଲେ। ବିଭିନ୍ନ ଆଳ ଦେଖାଇ ତାଙ୍କୁ ପ୍ରେମ ନିବେଦନ କରିବା, ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଉଥିଲେ। କିଛି କାର୍ଯ୍ୟରେ ତାଙ୍କ ନିକଟକୁ ଗଲେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା, ଏ ସମ୍ପର୍କରେ କାହା ଆଗରେ ପ୍ରକାଶ କଲେ ପରିଣାମ ଭୟାବହ ହେବ ବୋଲି ଧମକ ଦେଉଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୋଲିସ ୧୬୩/୨୦ରେ ଏକ ମାମଲା ରୁଜୁକରି ଅଧ୍ୟକ୍ଷ ବେଦାନ୍ତଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share