ଗଞ୍ଜାମ,୩୧ା୧୨(ଡି.ଏନ୍.ଏ.): ଶନିବାର ସନ୍ଧ୍ୟାରେ ଗଞ୍ଜାମ କଲେଜ କର୍ମଚାରୀ ତଥା ପୂର୍ବତନ ସାଧାରଣ ସମ୍ପାଦକ ଅଜୟ କୁମାର ବାରିକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି। ସେ କୌଣସି କାମରେ ନିଜ ବାଇକ୍ରେ ମାର୍କେଟ ଯାଉଥିବା ବେଳେ ହଠାତ୍ ଏକ ମଇଁଷି ବାଇକ୍ ଆଗକୁ ଚାଲି ଆସିଥିଲା। ଫଳରେ ମଇଁଷିକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ତାଙ୍କର ଗୋଡ଼ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ବାଇକ୍ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବିଞ୍ଚଣାପଲିଠାରୁ ମାର୍କେଟକୁ ସଂଯୋଗ ସର୍ଭିସ ରୋଡ୍ ସବୁବେଳେ ଅନ୍ଧାର ଯୋଗୁ ଏହି ଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏଣୁ ଏନ୍ଏସି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଆଲୋକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।