ଦଉଡ଼ି ଦେଇ କଲେଜ ଛାତ୍ରଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି :୧୪।୫: ପାରଳାଖେମୁଣ୍ଡି କାଚରା ସାହିରେ ଶନିବାର ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ଗୁଣୁପୁର ନିକଟ ହୁକୁମ୍ବା ଗ୍ରାମର ଶ୍ରୀନିବାସ ନିମାଲାଙ୍କ ପୁତ୍ର ଶିବା ନିମାଲା। ଶିବା ରହୁଥିବା ଭଡ଼ା ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶିବା ପାରଳାଖେମୁଣ୍ଡି ଏସ୍‌କେସିଜି ଅଟୋନମସ କଲେଜରେ + ୩ ପ୍ରଥମ ବର୍ଷର ଛାତ୍ର ଥିଲେ।

ମିଳିଥିବା ସୂଚନା ମୁତାବକ, ଉକ୍ତ ଭଡା ଘରେ ୪ ଜଣ ଛାତ୍ର ରହୁଥିଲେ। ହେଲେ ଶନିବାର ୩ ଜଣ ଛାତ୍ର କଲେଜ ଯାଇଥିଲେ। କଲେଜରୁ ଆସି ଦେଖିଲାବେଳକୁ ଶିବା ବେକରେ ରସି ଲଗାଇ ଓହଲି ପଡିଥିଲେ। ଏନେଇ ଛାତ୍ରମାନେ ଘଟଣା ସମ୍ପର୍କରେ ଥାନାକୁ ଜଣାଇ ଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଛାତ୍ରଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।