କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପ୍ରକାଶ ଚନ୍ଦ୍ର ସାହୁ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାିଛି। ଏ ନେଇ ପୋଲିସ ଏକ ମାମଲା(ନଂ. ୪୮୧/୨୪) ରୁଜୁ କରିଛି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରେ ଛାତ୍ରୀ ଜଣଙ୍କ କଲେଜ ପରିଭ୍ରମଣରେ ଯାଇଥିଲେ। ସେଠାରେ ପ୍ରକାଶ କୁଆଡେ ତାଙ୍କୁ ବଳପୂର୍ବକ ଅସଦାଚରଣ କରିଥିଲେ। ସମ୍ପୃକ୍ତ ଛାତ୍ରୀ ଏ ସମ୍ପର୍କରେ କଲେଜରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଶେଷରେ ଛାତ୍ରୀ ଥାନାର ଦ୍ବାରସ୍ଥ ହୋଇଥିଲେ।