କଲେଜ ପରିବର୍ତ୍ତନ କରିପାରିବେ ଯୁକ୍ତ୩ ଛାତ୍ରୀଛାତ୍ର

ଭୁବନେଶ୍ୱର, ୭।୯ (ଅସମାପିକା ସାହୁ)୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖାଇଥିବା ଛାତ୍ରୀଛାତ୍ର ନିଜ କଲେଜ ବଦଳାଇପାରିବେ। ଉଚ୍ଚ ଶିକ୍ଷା ବିଭାଗ ସୂଚନାନୁସାରେ, ଯେଉଁ ଛାତ୍ରୀଛାତ୍ର ଯୁକ୍ତ୩ ପ୍ରଥମ ବର୍ଷରେ ନାମ ଲେଖାଇ ସାରିଛନ୍ତି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କଲେଜ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନେ ସାମ୍ସ ଫିଡ୍‌ବ୍ୟାକ୍‌ ଫର୍ମ ପୂରଣ କରି କଲେଜ ବଦଳାଇପାରିବେ। ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସିଟ୍‌ ପୂରଣ ନ ହେବାରୁ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟରେ ୧,୦୪୦ ଡିଗ୍ରୀ କଲେଜରେ ୨, ୭୦,୧୬୩ ସିଟ୍‌ ଥିବାବେଳେ ୧,୧୧,୧୦୮ ସିଟ୍‌ ଖାଲି ପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଗତ ସୋମବାରରୁ ଆବେଦନ ଆରମ୍ଭ ହୋଇଥିବାବେଳେ ଏହା ୧୩ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ୨୨ତାରିଖ ଅପରାହ୍ନ ୧୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୨୩ତାରିଖ ସକାଳ ୯ଟାରୁ ୨୬ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ।

Share