କଲେଜ ଛାତ୍ରୀଙ୍କ ମିଳୁନି ପତ୍ତା: ବାପା ଦେଲେ ଏତଲା

ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅଧିନ ଏକ ଗ୍ରାମର ଜଣେ କଲେଜ ଛାତ୍ରୀ ନିଖୋଜ ଥିବା ଜଣାପଡିଛି। ଏନେଇ ତାଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ଏମଏମଆର ନଂ.୩୯/୨୪ ଅନୁଯାୟୀ ମାମଲା ପଞ୍ଜିକୃତ କରି ତଦନ୍ତ ଚଳାଇଛନ୍ତି। ଗତ ୮ ଦିନ ପୂର୍ବେ ଛାତ୍ରୀ ଜଣକ ଗାଁରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ପରେ ଏନେଇ ଛାତ୍ରୀଙ୍କ ବାପା ଏତଲା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ପରିବାର ଲୋକଙ୍କ ସୂଚନା ପ୍ରକାରେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନଗୁଡିକରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀଙ୍କ ପତ୍ତା ମିଳିପାରିନାହିଁ।

Share