ଇମ୍ଫାଲ, ୬।୯: ମଣିପୁରର ସମସ୍ତ ପାଞ୍ଚଟି ଉପତ୍ୟକା ଜିଲା ବିଷ୍ଣୁପୁର, କାକଚିଙ୍ଗ୍, ଥୋବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ସତର୍କତାମୂଳକ ପଦକ୍ଷେପ ଭାବରେ ମଙ୍ଗଳବାର ସାଠାରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟପକ୍ଷରେ, ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବିରେନ ସିଂ ବୁଧବାର ଠାରୁ ଚାରିମାସ ପରେ ରାଜ୍ୟରେ କଲେଜ ଖୋଲିବାକୁ ଘୋଷଣା କରିଛନ୍ତି। ଅଧିକାରୀମାନେ କହିଛନ୍ତି, ଅଖଣ୍ଡତା ଉପରେ ମଣିପୁର ସମନୱୟ କମିଟି(କୋକୋମି) ଏବଂ ଏହାର ମହିଳା ୱିଙ୍ଗର ଆହ୍ବାନ ଉପରେ, ଯେଉଁଥିରେ ବିଷ୍ଣୁପୁର ଜିଲାର ଫୋଗାକଚାଓ ଇଖାଇରେ ସେନା ବ୍ୟାରିକେଡ ହଟାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ସାପମ ରଞ୍ଜନ କୋକୋମିଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ସୁରକ୍ଷା ବାହିନୀ ସହ ସହଯୋଗ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।