ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଆଇ ଟି ଆଇ ସମ୍ମୁଖରେ ଅପରାହ୍ନରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ ପରିବାରର ପୁଅ ସମେତ ମା,ବାପାଙ୍କ ଗୋଡ଼ ଭାଙ୍ଗିବା ସହ ଗୁରୁତର ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସେମାନେ ହେଲେ ନର୍ଲା ବ୍ଲକ ଉଲିକୁପା ଗ୍ରାମର ଭାଗିରଥି ଝାଙ୍କର (୩୩) ଓ ତାଙ୍କ ମା’ କରଫୁଲ(୫୫),ବାପା ପରମାନନ୍ଦ (୬୧) ବୋଲି ଜଣାପଡିଛି। ଭାଗିରଥି ତାଙ୍କ ମା’ ଓ ବାପା ସହିତ ଭଉଣୀ ଘରୁ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ଆଇ ଟି ଆଇ ସମ୍ମୁଖରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ଡ଼ାକ୍ତର ଖାନା ନିଆଯାଇଥିଲା।

Share