କଲମ୍ବିଆରେ ହେଲିକପ୍ଟର କ୍ରାସ, ରାଷ୍ଟ୍ରପତି କହିଲେ କେହି ନାହାନ୍ତି ଜୀବିତ

ବୋଗୋଟା,୨୦ ।୩: ସାଉଥ ଆମେରିକା ଦେଶ କଲମ୍ବିଆରେ ରବିବାର ଏକ ସେନା ହେଲିକପ୍ଟର କ୍ରାସ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରେ ଥିବା ୪ ଜଣ ସେନାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଦୁର୍ଘଟଣାକୁ ସ୍ପଷ୍ଟ କରିଥିବା ବେଳେ କହିଛନ୍ତି ଏଥିରେ କେହି ବି ଜୀବିତ ନାହାନ୍ତି । ପେଟ୍ରୋ ମୃତ ଅଧିକାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଜଏଣ୍ଟ ଟାସ୍କ ଫୋର୍ସ ଟାଇଟନର କମାଣ୍ଡର, କର୍ନଲ ହେକ୍ଟର ଅଲଫୋସେ କ୍ୟାଂଡେଲାରିୟୋ କହିଛନ୍ତି, ଦୁର୍ଘଟଣାରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସୂଚନା ମୁତାବକ ମୃତ ଅଧିକାରୀ ହେଲେ ହେକ୍ଟର ଜେରେଜ ଓକୋଆ, ଜୁଲିୟସ ଗାର୍ସିୟା, ଜୋହାନ ଅରୋଜକୋ ଓ ରୁବେନ ଲେଗୁଇଜାମୋନ ।
ଦୁର୍ଘଟଣାକୁ ନେଇ କିଛି କାରଣ କୁହାଯାଉଥିବା ବେଳେ ସ୍ଥାନୀୟ ଲୋକେ କହିଛନ୍ତି ଖରାପ ପାଗ ଯୋଗୁ ଏଭଳି ହୋଇଛି । ହେଲେ ସେନା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର କାରଣକୁ ଜାଣିବାକୁ ଯାଞ୍ଚ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri