ରାଷ୍ଟ୍ରପତିଙ୍କ ପୁଅ ଗିରଫ, ନିର୍ବାଚନ ପ୍ରଚାର ସମୟରେ ଡ୍ରଗ୍ସ ବେପାରୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ

ବୋଗୋଟା,୩୦।୭: କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ପୁଅକୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପୁଅ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ବେଆଇନ ଭାବେ ବଟି ସଂଗ୍ରହ କରିଥିଲେ।
ସୂଚନାଯୋଗ୍ୟ, ଡ୍ରଗ୍ସ ବେପାରୀଙ୍କଠାରୁ ସେ ବେଆଇନ ଭାବେ ଟଙ୍କା ନେଇଥିଲେ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ପୁଅ ଗିରଫ ହେବାରେ ସେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଇନ ତାଙ୍କ ପୁଅଙ୍କ ପାଇଁ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଜଣେ ପିତା ଭାବରେ ତାଙ୍କର ପୁଅ ଜେଲ ଯିବା ଦେଖିବା ଅତ୍ୟନ୍ତ ଦୁଃଖ ଦାୟକ। କିନ୍ତୁ ଦେଶର ରାଷ୍ଟ୍ରପତି ଭାବରେ ମୁଁ ଆଟର୍ଣ୍ଣି ଜେନେରାଲଙ୍କୁ ନିଶ୍ଚିତ କରୁଛି ଯେ, ସେ ଏହି ଘଟଣାରେ ହସ୍ତକ୍ଷେପ କରିବେ ନାହିଁ।

Share