Categories: ଫୁରସତ

ଋତୁ ବଦଳିବା ସହ ରଙ୍ଗ ବଦଳାଏ ଏହି ନଦୀ, ନାଁ ବି ଇନ୍ଦ୍ରଧନୁ…

ଦୁନିଆରେ ଅନେକ ପ୍ରକାରର ନଦୀ ରହିଛି, ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ନଦୀ ଏଭଳି ଅଛି, ଯାହା ବେଶ ନିଆରା। କାରଣ ଏହା ଦେଖିବାକୁ ବିଲକୁଲ୍‌ ଇନ୍ଦ୍ରଧନୁ ଭଳି। ଏହି ନଦୀର ନାମ ହେଉଛି କାନୋ କ୍ରିଷ୍ଟାଲ୍ସ ରିଭର୍‌। କଲମ୍ବିଆରେ ଏହା ପ୍ରଭାହିତ ହେଉଛି। ଋତୁ ବଦଳିବା ସହ ଏହି ନଦୀ ନିଜର ରଙ୍ଗ ବଦଳାଇଥାଏ। ଏହି ନଦୀର ରଙ୍ଗ କେବେ ହଳଦିଆ ତ କେବେ ସବୁଜ, କେବେ ଲାଲ ତ କେବେ ନୀଳ ହୋଇଯାଏ। ଏଣୁ ଏହାକୁ ଲିକୁଇଡ୍‌ ରେନ୍‌ବୋ ନାମରେ ମଧ୍ୟ ଜଣାଯାଏ। ନଦୀର ସ୍ବତନ୍ତ୍ରତାକୁ ନେଇ ଏହାର ସୁରକ୍ଷା କଲମ୍ବିଆର ସେନା କରିଆସୁଛି।

Share