ତିନି ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ ପାଠ୍ୟକ୍ରମ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ତିନୋଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ସେଗୁଡ଼ିକ ହେଲା ଯୋଡ଼ା ବ୍ଲକ ଜୁରୁଡିସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ, ସଦର ବ୍ଲକ ମଇଦାନକେଲର ପ୍ରଗତି ସରକାରୀ ହାଇସ୍କୁଲ, ବାଂଶପାଳ ବ୍ଲକର ତରମାକାନ୍ତସ୍ଥିତ ପଞ୍ଚାୟତ ସରକାରୀ ହାଇସ୍କୁଲ ବୋଲି ଜଣାପଡ଼ିଛି। ଏହା ଫଳରେ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ର ଘର ପାଖରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଶିକ୍ଷା ବିଭାଗ ଚିଠି ନମ୍ବର ୨୧୬୮୫/୧୫ ଅକ୍ଟୋବର ୨୦୨୨ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

Share