ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ, ରୁଷିଆକୁ ଆସ ଏବଂ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ। ଏନେଇ ସେ ଏକ ସରକାରୀ ଘୋଷଣା ପତ୍ରରେ ଶନିବାର ଦସ୍ତଖତ କରିଛନ୍ତି।

ଏହି ମାସିକ ସହାୟତା ଭାରତୀୟ ମୁଦ୍ରାରେ ପ୍ରାୟ ୧୩୫୦୦ ଟଙ୍କା ହେବ। ଏହି ଘୋଷଣା ଅନୁସାରେ ପେନସନଭୋଗୀ, ଗର୍ଭବତୀ ମହିଳା ଏବଂ ଦିବ୍ୟାଙ୍ଗଙ୍କ ସହିତ ୟୁକ୍ରେନ୍‌ରୁ ରୁଷିଆ ଆସିଥିବା ଲୋକଙ୍କ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ୟୁକ୍ରେନ୍‌, ଡୋନେତସ୍କ ଏବଂ ଲୁହାନସ୍କ୍‌ ବାସିଦାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

Share