ଡ୍ରଗ୍ସ ମାମଲା: ଭାରତୀ-ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୩ ।୧୧: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିଯାଇଛି । ମୁମ୍ବାଇର ସ୍ପେଶାଲ ଏନ୍‌ଡିପିଏସ୍ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଶନିବାର ନାର୍କୋଟିମ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭାରତୀଙ୍କ ଘରେ ଚଢାଉ କରିଥିଲା । ସେତେବେଳେ ତାଙ୍କ ଘରୁ ଗଞ୍ଜେଇ ମିଳିଥିଲା ଓ ସେମାନେ ଗଞ୍ଜେଇ ସେବନ କଥା ସ୍ୱୀକାର କରିଥିଲେ । ପଚରା ଉଚରା ପରେ ଏହି ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା । ତାଙ୍କୁ ଗିରଫ କରିବା ପୂର୍ବରୁ ଯାଞ୍ଚ ଏଜେନ୍ସି ପାଖାପାଖି ୧୫ ଘଣ୍ଟା ପଚରା ଉଚରା କରିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ଶନିବାର ଏନ୍‌ସିବି ଭାରତୀ ସିଂଙ୍କ ପ୍ରଡକଶନ ଅଫିସ ଓ ଘରେ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୮୬.୫ ଗ୍ରାମ ଗଞ୍ଜେଇ ମଧ୍ୟ ଭାରତୀଙ୍କ ଘରୁ ଜବତ କରାଯାଇଥିଲା । ଏହି ଆଧାରରେ ଭାରତୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଓ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଇଥିଲା ।

Share