ଓଜନ କମାଇ ସମସ୍ତଙ୍କୁ ଚକିତ କଲେ କମେଡି କୁଇନ୍‌

ମୁମ୍ବାଇ: ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖୁଛନ୍ତି । ବିଶେଷ କରି ସେଲିବ୍ରିଟିମାନେ ଜିମ୍ ଯିବା, ଡାଏଟ୍ କଣ୍ଟ୍ରୋଲ କିରିବା ଆଦି ଫଲୋ କରି ନିଜକୁ ଫିଟ୍ ରଖି ପାରୁଛନ୍ତି । ଆଉ ସାଧାରଣ ଜନତାଙ୍କ ପାଇଁ ଫିଟନେସର ମନ୍ତ୍ର ବି ଦେଉଛନ୍ତି ଏହି ସେଲିବ୍ରିଟି । ତେବେ ମନୋରଞ୍ଜନ ଦୁନିଆର କମେଡି କୁଇନ୍ ଭାବେ ପରିଚିତ ଭାରତି ସିଂ ଏବେ ତାଙ୍କ ଶରୀରର ଓଜନ କମାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ୧୫ କିଲୋ ଓଜନ କମ୍ କରିଥିବା କହିଛନ୍ତି । ଏହାର କିଛି ଫଟୋ ବି ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଯେ କେହି ଚକିତ ହୋଇ ଯାଉଛି । ଆଗରୁ ୯୧ କିଲୋ ଥିବା ଭାରତି ଏବେ ୭୬ କେଜିରେ ପହଞ୍ଚିଛନ୍ତି । ଅସଲ କଥା ହେଲା ସେ ତାଙ୍କ ଡାଏଟ୍ କଣ୍ଟ୍ରୋଲ କରିଥିବା କହିଛନ୍ତି । ପୂର୍ବରୁ ସନ୍ଧ୍ୟା ୭ଟା ସୁଦ୍ଧା ଡିନର ନେଉଥିବା ଭାରତି ଏବେ ସନ୍ଧ୍ୟା ୭ଟା ପରେ ଆଉ କିଛି ଖାଦ୍ୟ ଖାଉ ନାହାନ୍ତି । ପୁଣି ତା’ପରଦିନ ଦିନ ୧୨ଟାରେ ସେ ଖାଦ୍ୟ ଖାଉଥିବା କହିଛନ୍ତି । ଏହାସହ ନିୟମିତ ବ୍ୟାୟମ କରୁଛନ୍ତି ଏହି ସେଲିବ୍ରିଟି । ଏବେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Share