ବିବାହ ବନ୍ଧନରେ ହାସ୍ୟ ଅଭିନେତା ଗୁଡୁ

ଭୁବନେଶ୍ୱର, ୨୭। ୭: (ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ହାସ୍ୟ ଅଭିନେତା ଗୁଡୁ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେନ୍ଦ୍ରାପଡା ଜିଲା ରାଜନଗର ଅଞ୍ଚଳର ମାମାଙ୍କୁ ସେ ତାଙ୍କ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ପ୍ରଥମେ ଉଭୟଙ୍କ ବିବାହ କୋର୍ଟରେ, ତା’ପରେ ଆମଫୋଇ ଏବଂ ଏବେ ଜାଗମରାସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଅଭିନେତା ଗୁଡୁ ସୋସିଆଲ ମିଡିଆରେ ମାମାଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ମଧ୍ୟ ମାତ୍ର କେଇଟା ଦିନରେ ତାହା ପ୍ରେମରେ ପରିଣତ ହୋଇଥିଲା। ଏପରିକି ବିବାହ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ସମ୍ପର୍କର ମାତ୍ର ୪୬ ଦିନରେ ନୂଆ ଜୀବନ ଆରମ୍ଭ କରିଛନ୍ତି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ମାତ୍ର ୧୦ଜଣ ଘରଲୋକଙ୍କୁ ନେଇ ବିବାହ ଆୟୋଜନ କରାଯାଇଥିଲା। ପରିସ୍ଥିତିରେ ସୁଧାର ଆସିବା ପରେ ଧୁମ୍‌ଧାମ୍‌ରେ ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଗୁଡୁ କହିଛନ୍ତି।

Share