ଦ୍ୱିତୀୟ ଥର ବାପା ହେବା ପରେ ଟ୍ରୋଲ ହେଉଛନ୍ତି କପିଲ: ଲୋକେ କହୁଛନ୍ତି ଏପରି…

କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି। ସ୍ତ୍ରୀ ଗିନ୍ନୀ ଚତରଥ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୁୁଅ ହେବାର ଖୁସି ଖବର ନିଜେ କପିଲ ଟୁଇଟ୍‌କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ ଲେଖିଛନ୍ତି, ନମସ୍କାର, ଆଜି ସାକଳେ ଆମ ଘରକୁ ପୁତ୍ର ସନ୍ତାନ ଆସିଛି। ଭଗବାନଙ୍କ କୃପାରୁ ମା’ ପୁଅ ଉଭୟ ସୁସ୍ଥ ଅଛନ୍ତି। ଆପଣ ସମସ୍ତଙ୍କ ଭଲପାଇବା ପାଇଁ ଧନ୍ୟବାଦ ବୋଲି ଲେଖିଛନ୍ତି।
ସ୍ତ୍ରୀଙ୍କ ଗର୍ଭଧାରଣ ଯୋଗୁ କପିଲ ନିଜ ଶୋ’‘ଦ କପିଲ ଶର୍ମା ଶୋ’ ବନ୍ଦ କରିଦେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ମଧ୍ୟ ଲେଖି ଜଣାଇଥିଲେ । ସେ କହିଥିଲେ, ସ୍ତ୍ରୀ ଗର୍ଭବତୀ ଅଛନ୍ତି । ଏହି ସମୟରେ ତାଙ୍କ ସହ ମୋର ରହିବା ଉଚିତ। ତେବେ ପୁଅ ଜନ୍ମ ହେବା ପରେ କପିଲଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଲୋକେ କମେଣ୍ଟ ମଧ୍ୟ କରୁଛନ୍ତି।
କପିଲଙ୍କର ପୂର୍ବରୁ ବର୍ଷକର ଏକ ଝିଅ ଅନାୟରା ଅଛନ୍ତି। ତେଣୁ ଏହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରି କହୁଛନ୍ତି, ଏତେ ଜଲ୍‌ଦି ଦ୍ୱିତୀୟ ସନ୍ତାନର କ’ଣ ଆବଶ୍ୟକତା ଥିଲା ବୋଲି ଲୋକେ କହିଛନ୍ତି। ଏତେ ଜଦ୍‌ଲି ଦ୍ୱିତୀୟ ସନ୍ତାନ କାହିଁକି ଜନ୍ମ ଦେଲ ବୋଲି ଲୋକେ ତାଙ୍କୁ ପ୍ରଶ୍ନ ମଧ୍ୟ କରୁଛନ୍ତି।

Share