କପିଲ ଶର୍ମାଙ୍କ ବୟାନ ରେକର୍ଡ କଲା ସିଆଇୟୁ

ମୁମ୍ବାଇ,୭।୧- ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ (ସିଆଇୟୁ) ଗୁରୁବାର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଡକାଇଥିଲା। ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ନକଲି ରେଜିଷ୍ଟ୍ରେଶନ କାର ସମ୍ପର୍କରେ ‘ଦ କପିଲ ଶର୍ମା ଶୋ’ ହୋଷ୍ଟଙ୍କୁ ଡକିଥିଲା ସିଆଇୟୁ। କପିଲ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ବୟାନ ରେକର୍ଡ କରିଛନ୍ତି।

କାର ଡିଜାଇନର୍‌ ଦିଲୀପ ଛାବ୍ରିଆଙ୍କ ବିରୋଧରେ ସେ ଗତ ମାସ ୨୯ ତାରିଖରେ ଦାୟର କରିଥିଲେ ମାମଲା। ଭ୍ୟାନିଟି ଭ୍ୟାନ ତିଆରି ଓ ଡିଜାଇନ କରିବା ପାଇଁ ଛାବ୍ରିୟାଙ୍କୁ ୫.୫ କୋଟି ଟଙ୍କା ଦେଇଥିଲେ କପିଲ। ଛାବ୍ରିୟା କାମ ଶେଷ କରି ନ ଥିଲେ ଓ ଟଙ୍କା ମଧ୍ୟ ନ ଫେରାଇବାରୁ ହାସ୍ୟ ଅଭିନେତା ବାଧ୍ୟ ହୋଇ ବାଛି ନେଇଥିଲେ ଆଇନର ବାଟ। ଏହି ମାମଲା ସମ୍ପର୍କରେ କପିଲଙ୍କୁ ଡକାଇଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ।

Share