ହାସ୍ୟାଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ: ଜାଣନ୍ତୁ କାହାକୁ କରିବେ ବିବାହ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ହାସ୍ୟାଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ସିନେମା, ଟେଲିଭିଜନ ଏବଂ ୟୁଟ୍ୟୁବ୍‌ରେ ଲୋକଙ୍କୁ ହସାଇବାରେ କୌଣସି ମୋଉକା ଛାଡନ୍ତି ନାହିଁ। ସୋସିଆଲ ମିଡିଆରେ ତାଙ୍କ ଏକ ଫଟୋ ଏବଂ ରିଙ୍ଗ ସେରିମନି କେକ୍‌ କଟା ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତ୍ରୀ ସୁନନ୍ଦା, ଅଭିନେତା ତଥା ପ୍ରଜ୍ଞାଙ୍କ ସାଙ୍ଗ ଶଙ୍କର ଏବଂ ପ୍ରଜ୍ଞା ନିଜେ ଅଛନ୍ତି । ପଛରେ ରିଙ୍ଗ ସେରିମନି ପୋଷ୍ଟର୍‌ ମରାଯାଇଛି ।
ଗତକାଲି ପ୍ରଜ୍ଞାଙ୍କ ନିର୍ବନ୍ଧ ସରିଥିଲା ବେଳେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି। ଏପରିକି ନୂଆବର୍ଷରେ ଦର୍ଶକଙ୍କୁ ବାର୍ତ୍ତା ଦେବା ଅବସରରେ ଶଙ୍କର କହିଥିଲେ, ମୋ ସାଙ୍ଗ ଚଳିତ ବର୍ଷ ବିବାହ କରିବାକୁ ଯାଉଛି । ଭଗବାନ ତା’ର ଆଗାମୀ ଜୀବନ ସୁଖମୟ କରନ୍ତୁ । ଯଦି ଏସବୁ କଥା ସତ ହୋଇଥାଏ ତେବେ ପ୍ରଜ୍ଞା ତାଙ୍କର ପୁରୁଣା ବନ୍ଧୁ ସୁନନ୍ଦାଙ୍କୁ ବିବାହ କରିବେ । ଉଭୟେ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।

Share