ସୁଧୁରୁଛି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୬।୮: ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ମଙ୍ଗଳବାର ଏନେଇ ତାଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତେ ରାଜୁଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇଯିବେ। ନିକଟରେ ତାଙ୍କର ଏମ୍‌ଆରଆଇ ପରୀକ୍ଷା କରାଯାଇଥିଲା। ଆସିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜୁଙ୍କ ମୁଣ୍ଡରେ କୌଣସି ଏକ ଶିର ଦବିଯାଇଛି। ଅନ୍ୟପକ୍ଷେ ତାଙ୍କ ହୃଦୟ ସଠିକ୍‌ ଭାବେ କାମ କରୁଥିବା ନେଇ ନାରଙ୍ଗ କହିଛନ୍ତି। ସୂଚନାଯୋଗ୍ୟ, ହୃଦ୍‌ଘାତ ହେବା ପରଠାରୁ ରାଜୁଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ଦିନ ପରେ ବି ତାଙ୍କର ଚେତା ଫେରି ନ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି।

Share