୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା

ନୂଆଦିଲ୍ଲୀ,୨୫।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୧୫ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କ ଚେତା ଶେଷରେ ଫେରିଛି। ଚେତନା ଫେରି ପାଇଛନ୍ତି। ତାଙ୍କ ବ୍ୟକ୍ତିଗତ ସଚିବ ଅଜିତ ସକ୍ସେନା କହିଛନ୍ତି- ରାଜୁ ଶ୍ରୀବାସ୍ତବଙ୍କ ସକାଳ ୮.୧୦ରେ ଚେତା ଫେରିଥିଲା। ଏହା ପରେ ଡାକ୍ତରୀ ଟିମ ୯ଟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ।
ଅଗଷ୍ଟ ୧୦ରେ, ସକାଳ ପ୍ରାୟ ୧୧ଟା ସମୟରେ ରାଜୁ ଶ୍ରୀବାସ୍ତବ ଦକ୍ଷିଣ ମୁମ୍ବାଇର ଏକ ଜିମରେ ଟ୍ରେଡ ମିଲରେ ବୁଲୁଥିବା ସମୟରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।
ରାଜୁ ଶ୍ରୀବାସ୍ତବ ଦେଶର ଜଣେ ଜଣାଶୁଣା ହାସ୍ୟ ଅଭିନେତା। ସେ ଅନେକ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ରାଜୁ ମଧ୍ୟ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଚେୟାରମ୍ୟାନ ଅଛନ୍ତି।

Share