ଜୟପୁର,୧୭ା୪: ଜୟପୁରର ଝଲାନାସ୍ଥିତ କଲରାପତରିଆ ବାଘ ସଂରକ୍ଷଣ ଜଙ୍ଗଲରେ ହାସ୍ୟାଭିନେତା ଶ୍ୟାମ ରଙ୍ଗିଲା ଏକ ନୀଳଗାଈକୁ ଖାଦ୍ୟ ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା।
ଏ ନେଇ ତାଙ୍କୁ ଆଞ୍ଚଳିକ ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହେବା ଲାଗି ନୋଟିସ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ କର୍ନାଟକର ବନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟକୁ ଗସ୍ତ ସମୟରେ ଯେଉଁଭଳି ପୋଷାକ ପିନ୍ଧିଥିଲେ ଅନୁରୂପ ବେଶରେ ହାସ୍ୟାଭିନେତା ନୀଳଗାଈକୁ ଖାଦ୍ୟ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଜଙ୍ଗଲ ସଫାରି ବେଳେ ନୀଳଗାଈକୁ ଖାଦ୍ୟ ଦେଇ ଶ୍ୟାମ ରଙ୍ଗିଲା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ କରିଥିବାରୁ ତାଙ୍କୁ ନୋଟିସ ଜାରି କରାଯାଇଥିବା ବନ ବିଭାଗ କହିଛି।