ବମ୍ବେ: ପୁଣି ଡ୍ରଗ୍ସ କବଳରେ କମେଡିଆନ ସିଦ୍ଧାର୍ଥ ସାଗର। ତାଙ୍କୁ ଏବେ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ସିଦ୍ଧାର୍ଥ ନିଶା ସେବନ କରୁଥିଲେ। ବହୁ କଷ୍ଟରେ ସେଥିରୁ ମୁକୁଳିଥିଲେ। ଏବେ ତାଙ୍କର ବାଇପୋଲାର ଡିସ୍ଅଡର୍ ପାଇଁ ମଧ୍ୟ ଚିକିତ୍ସା ଚାଲୁଥିବା ବେଳେ ସେ ପୁଣି ଥରେ ନିଶାଜାଲରେ ଫସିଛନ୍ତି।
୨୯ ବର୍ଷୀୟ ସିଦ୍ଧାର୍ଥଙ୍କୁ ଅଗଷ୍ଟ ୨୬ରେ ପୋଲିସ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ତାଙ୍କ ମା’ଙ୍କୁ ଦିଲ୍ଲୀରୁ ମୁମ୍ବାଇ ଆସିବାକୁ କୁହାଯାଇଥିଲା। କାରଣ ସିଦ୍ଧାର୍ଥ କେବଳ ତାଙ୍କ ନାମ ଏବଂ ମୋବାଇଲ ନମ୍ବର ମନେ ପକାଇପାରୁଥିଲେ।
ସିଦ୍ଧାର୍ଥ ଚିକିତ୍ସିତ ହେଉଥିବା ବେଳେ କାମ ଜାରି ରଖିଥିଲେ। ହେଲେ ହଠାତ୍ ସେ ସବୁକିଛି ବନ୍ଦ କରିଦେଇଥିଲେ। ଏନେଇ ତାଙ୍କ ମା’ ଜାଣିବାକୁ ଚେଷ୍ଟା କରିଥିଲେ। ଶେଷରେ ସେ ନିଶା କବଳରେ ଫସିଥିବା ସେ ଜାଣିବାକୁ ପାଇଥିଲେ। ଏବେ ସେ ପୁଣିଥରେ ସେସବୁରୁ ମୁକୁଳିବେ ବୋଲି ଆଶା ଥିବା ତାଙ୍କ ମା’ କହିଛନ୍ତି।