ରୋମାଣ୍ଟିକ୍‌ ହେଲେ କମେଡି କିଙ୍ଗ୍‌, ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଦେଲେ…

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ସ୍ତ୍ରୀ ଗିନ୍ନି ଚତରଥଙ୍କ ସହ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ କପିଲ ଏବଂ ଗିନ୍ନି ଫଟୋଗ୍ରାଫରଙ୍କ ସାମ୍ନାରେ ପୋଜ୍‌ ଦେଉଛନ୍ତି। ଖାଲି ଏତିକି ନୁହେଁ, ସମସ୍ତଙ୍କ ସାମ୍ନାରେ କପିଲ ଗିନ୍ନିଙ୍କୁ କିସ୍‌ ବି କରିଛନ୍ତି।

ଦୀପିକା ପାଦୁକୋନ ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଗେହରାୟିଆଁ’ ଖୁବ୍‌ଶୀଘ୍ର ରିଲିଜ ହେବ। ଦୀପିକାଙ୍କ ଏହି ଫଲ୍ମର ସ୍ପେଶାଲ ସ୍କ୍ରିନିଂରେ କପିଲ ସ୍ତ୍ରୀ ଗିନ୍ନିଙ୍କ ସହ ପହଞ୍ଚିଥିଲେ। ଏହି ସମୟରେ କପିଲ ତାଙ୍କ ଲେଡି ଲଭ୍‌ଙ୍କ ସହିତ ରୋମାଣ୍ଟିକ୍‌ ମୁହୂର୍ତ୍ତ ଶେୟାର କରିଥିଲେ।

କପିଲ ଏବଂ ଗିନ୍ନିଙ୍କୁ ଏପରି ଦେଖି ପ୍ରଶଂସକମାନେ ଖୁବ୍‌ ଖୁସି ହୋଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପ୍ରେମ ବହୁତ ଗଭୀର। ଯାହାକି ବନ୍ଧୁତାରୁ ଆରମ୍ଭ ହୋଇଥିଲା। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଓମାଇ ଗଡ୍‌, କପିଲ ଏବଂ ଗିନ୍ନି କେତେ ସୁଇଟ୍‌। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏବେ ଦୁହିଁଙ୍କ ଟ୍ରେଣ୍ଡ୍‌ ମିଡିଆ ସାମ୍ନାକୁ ଆସିଛି।

Share