ଫସିଲେ କମେଡିଆନ୍‌: ନ୍ୟୁୟର୍କରେ ରୁଜୁ ହେଲା ମାମଲା

ବମ୍ବେ: ଅଡ଼ୁଆରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା। ଏବେ ସେ କାନାଡ଼ା ଗସ୍ତରେ। ନିଜ ଟିମ୍‌ର ସମସ୍ତ କଳାକାରଙ୍କ ସହ ସେ ସେଠାରେ ଲାଇଭ୍‌ ଶୋ’ କରୁଛନ୍ତି। ହେଲେ ଏବେ ସେ ଆଇନ ଜାଲରେ ଫସିବାକୁ ଯାଉଥିବା ଖବର ମିଳିଛି।

ଆମେରିକାର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କପିଲ ତାଙ୍କ ସହ କରିଥିବା ଚୁକ୍ତିକୁ ଉଲ୍ଲଂଘନ କରିଥିବାରୁ ମାମଲା ରୁଜୁ କରିଛି। ୨୦୧୫ରେ କମେଡିଆନ ଆମେରିକାର ୬ଟି ସ୍ଥାନରେ ଶୋ’ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଥିରୁ ଗୋଟିଏ ସ୍ଥାନରେ ସେ ଶୋ’ କରି ନ ଥିଲେ। ଏଥିଲାଗି ହୋଇଥିବା କ୍ଷତିର ଭରଣା କରିବେ ବୋଲି କପିଲ କହିଥିଲେ। ମାତ୍ର ତାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଜବାବ ଦେଇ ନ ଥିଲେ। ଏବେ ଏହି ମାଲା ନୁୟର୍କର ଏକ କୋର୍ଟରେ ପହଞ୍ଚିଛି। ନିଶ୍ଚିତ ଭାବେ ଏହାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି।

Share