ମୁମ୍ବାଇ: କମେଡି କିଙ୍ଗ୍ ତଥା ଅଭିନେତା କପିଲ ଶର୍ମା ବୁଧବାର ପ୍ରଶଂସକଙ୍କ ସହ ତାଙ୍କ ପୁଅ ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଫଟୋ ଶେୟାର କରିଛନ୍ତି। ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଗୋଟିଏ ଦିନ ପରେ ସେ ସୁନ୍ଦର ଫଟୋଟିଏ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ମା’ ଜାନକ ରାଣୀ, ସ୍ତ୍ରୀ ଗିନି ଏବଂ ଝିଅ ଅନୟିରା ମଧ୍ୟ ଅଛନ୍ତି। ଏହି ଫଟୋଗୁଡ଼ିକରେ କପିଲଙ୍କ ପୁଅ ତ୍ରିଶାନ ବହୁତ ସୁନ୍ଦର ଦେଖାଯାଉଛନ୍ତି। ପ୍ରଶଂସକଙ୍କଠାରୁ ତ୍ରିଶାନଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଫେବୃୟାରୀ ୧ରେ ତ୍ରିଶାନଙ୍କୁ ୧ବର୍ଷ ପୂରଣ ହୋଇଛି। ଆଜି ବୁଧବାର କପିଲ ଫଟୋଗୁଡ଼ିକୁ ତାଙ୍କ ଟୁଇଟର ପେଜ୍ରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
କପିଲ ଏବଂ ଗିନି ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁଇବର୍ଷ ମଧ୍ୟରେ ତାଙ୍କର ଗୋଟିଏ ଝିଅ ଏବଂ ପୁଅ ହୋଇଥିଲେ।