ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍‌

ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ ଦିଏ ଏହା ମହିଳାମାନଙ୍କର ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ। ନିକଟରେ ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡି କୁଇନ୍‌ ଭାରତୀ ସିଂ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଭାରତୀ ଏବଂ ହର୍ଷ ଲିମ୍ବାଚିୟା ଏକ ମାତା-ପିତା ହେବା ପରେ ବହୁତ ଖୁସି। ମା’ ହେବା ପରେ ସୋସିଆଲ ମିଡିଆରେ ଭାରତୀଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି। ତେବେ ଭାରତୀ ଡାକ୍ତରଖାନାରୁ ପ୍ରସବ ପରେ ପ୍ରଥମ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭାରତୀ ଏକ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମା’ ହେବା ପରେ ନିଦ ହଜିଯାଇଛି।

ଭାରତୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋଟି ଶେୟାର କରିଛନ୍ତି। ଏଥିସହିତ ଏକ ଭିଡିଓ ବି ଶେୟାର କରିଛନ୍ତି। ଭିଡିଓଟି ହସ୍ପିଟାଲ ରୁମ୍‌ର ଝରକା ନିକଟରେ ଶୁଟ୍‌ କରାଯାଇଛି। ଯେଉଁଥିରେ ବାହାର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଏହି ଭିଡିଓ ଉପରେ, ଏକ ଶିଶୁର ସ୍ନାପଚାଟ୍‌ରୁ ଇମୋଜି ତିଆରି କରାଯାଇଛି ଏବଂ ଏକ ଗୀତ ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଛି। ଭାରତୀ ଏବଂ ହର୍ଷ ଏପର୍ଯ୍ୟନ୍ତ ପୁଅର କୌଣସି ଫଟୋ ଶେୟାର କରିନାହାନ୍ତି। ତାଙ୍କ ପ୍ରଶଂସକମାନେ ଶୀଘ୍ର ଭାରତୀଙ୍କ ରାଜକୁମାରଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

Share