କମେଡି କୁଇନ୍‌ଙ୍କ ଡବଲ ଖୁସି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂଙ୍କ ପାଇଁ ଡବଲ ଖୁସି। ଆଜି ଅର୍ଥାତ୍‌ ଜୁଲାଇ ୩ରେ ତାଙ୍କ ପୁଅ ଗୋଲାଙ୍କୁ ୩ ମାସ ହୋଇଥିବା ବେଳେ ଭାରତୀଙ୍କୁ ୩୮ ବର୍ଷ ହୋଇଛି। ଭାରତୀ ପୁଅ ଗୋଲା ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିବେ।
ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅ ଗୋଲାଙ୍କର ଦୁଇଟି ଭିଡିଓ ଶେୟାର କରି ଆଜି ୩ ମାସ ହୋଇଥିବା ଲେଖିଛନ୍ତି।

ଭିଡିଓରେ ଭାରତୀ ବେବି ଷ୍ଟ୍ରୋଲରରେ ପୁଅକୁ ଜନ୍ମଦିନର ଶୁଭକାମନା ଜଣାଇଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ ଭିଡିଓରେ ପୁଅର ଚେହେରାକୁ ଲୁଚାଇ ରଖିଛନ୍ତି। ଏଥିରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍‌ ‘ନନି ତେରୀ ମୋର୍ନି କୋ’ ବାଜୁଛି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ୩ ମାସ ଗୋଲା। ଭାରତୀ ଶେୟାର କରିଥିବା ପୁଅର ଫଟୋ ଏବଂ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

Share