ଇନ୍ଦୋର,୫।୨: ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ ମିଳିଛି। ହାଇକୋର୍ଟର ଇନ୍ଦୋର ବେଞ୍ଚରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁନୱାର ସୁପ୍ରିମକୋର୍ଟ ଯାଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ମୁନୱାର ଫାରୁକି ହିନ୍ଦୁ ଦେବତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ନେତାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ଫାରୁକିଙ୍କୁ ଗତ ଏକ ମାସ ଧରି କେନ୍ଦ୍ରୀୟ ଜେଲରେ ରଖାଯାଇଥିଲା। ସେ ଇନ୍ଦୋର ଜିଲା କୋର୍ଟ ଏବଂ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଜାମିନ ଆବେଦନ ଉଭୟ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଥିଲା।