ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ୪,୬୬୨ ଭୋଟରେ ହରାଇ ପ୍ରଥମଥର ବିଧାୟକ ହୋଇଛନ୍ତି। ମୋଟ ୧ ଲକ୍ଷ ୭୨ ହଜାର ୬୩୨ଖଣ୍ଡ ଭୋଟରୁ ଶତ୍ରୁଘ୍ନ ୮୪, ୫୮୯ ପାଇଥିବା ବେଳେ ପ୍ରଫୁଲ୍ଲଙ୍କୁ ମିଳିଥିଲା ୭୯, ୯୨୭ ଭୋଟ।
କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭୁବନ ବ୍ଲକ ବାଲିଝାଟି ଗ୍ରାମରେ ୨୨ ଜୁଲାଇ ୧୯୬୪ରେ ଶତ୍ରୁଘ୍ନଙ୍କ ଜନ୍ମ। ସ୍ବର୍ଗତ ଗଣେଶ୍ୱର ଜେନା ଓ ଋକ୍ମିଣୀ ଜେନାଙ୍କ ୩ ପୁଅ ଓ ୩ ଝିଅଙ୍କ ମଧ୍ୟରେ ଶତ୍ରୁଘ୍ନ ସର୍ବକନିଷ୍ଠ। ବ୍ୟବସାୟିକ ପରିବାରରୁ ଆସି ସେ ଜନପ୍ରତିନିଧି ହୋଇପାରିଛନ୍ତି। ତାଙ୍କ ପରିବାରର ସ’ ମିଲ୍‌ ଓ ଚାଉଳ ହଲର ଥିଲା। ବର୍ତ୍ତମାନ ଫ୍ଲାଏ ଆଶ୍‌ ଇଟା ସହ ପରିବହନ କ୍ଷେତ୍ରରେ ନିୟୋଜିତ ଟ୍ରକ୍‌ ବ୍ୟବସାୟ ରହିଛି। ଶତ୍ରୁଘ୍ନ ଇତିହାସରେ ସ୍ନାତକୋତ୍ତର କରିଛନ୍ତି। ରାଜନୀତିରେ ତାଙ୍କ ଉତ୍ଥାନ ଦେଖିଲେ ଯାଜପୁର ଜିଲା ବ୍ୟାସନଗର କଲେଜରେ ପଢୁଥିବା ବେଳେ ସେ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଫେଡେରେଶନ (ଏଆଇଏସ୍‌ଏଫ୍‌) ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରିବାରେ ସକ୍ରିୟ ଦାୟିତ୍ୱ ନେଇଥିଲେ। ୧୯୯୦ରେ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ ମହାପାତ୍ରଙ୍କ ଡାକରାରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରି କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୦ରୁ ୧୯୯୫ ମଧ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ ସେ ନିଜକୁ ସାମିଲ କରିଥିଲେ। ଏପରିକି ୧୯୯୭ରେ କୈଳାସ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ପ୍ରେମଲତା ମହାପାତ୍ର ଉପ ନିର୍ବାଚନରେ ଲଢୁଥିବା ବେଳେ ଏହାର ଦାୟିତ୍ୱ ମଧ୍ୟ ଶତ୍ରୁଘ୍ନ ନେଇଥିଲେ। ୧୯୯୭ରେ ସେ ପ୍ରଥମେ ଭୁବନ ବ୍ଲକର କୁନିନ୍ଦା ପଞ୍ଚାୟତରୁ ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ୨୦୧୨ ମସିହା ପର୍ଯ୍ୟନ୍ତ ସେ ଲଗାତର ୩ଥର ବ୍ଲକ ଅଧ୍ୟକ୍ଷ ରହିଥିଲେ। ତେବେ ୨୦୦୪ ସାଧାରଣ ନିର୍ବାଚନରେ ସେ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୦୯ରେ ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିଲେ। ଏହାପରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୧୯ରେ ସେ ଏହି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇ ସେହି ଦ୍ୱିତୀୟ ସ୍ଥାନରେ ମଧ୍ୟ ରହିଥିଲେ। ୨୦୨୪ ନିର୍ବାଚନରେ ସେ କାମାକ୍ଷାନଗରରୁ ଭାଜପା ପ୍ରାର୍ଥୀ ହୋଇ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।
ବିଧାୟକ କୁହନ୍ତି:
ସାଙ୍ଗଠନିକ ଅଭିଜ୍ଞତା ତାଙ୍କ ପାଇଁ ସଫଳତା ଆଣିଦେଇଛି। ରାଜନୀତିରେ ସାଧାରଣ ଭାବେ ପୂର୍ବରୁ ଯେମିତି ରହିଥିଲି, ବିଧାୟକ ହେବା ପରେ ମଧ୍ୟ ସେମିତି ରହିଛି। କ୍ଷମତା ସବୁବେଳେ ରହିବନି। ଲୋକଙ୍କ ସାଥିରେ ସବୁବେଳେ ରହିଛି। ଭୋଟ ଆଶାରେ ବିଜେଡି ସରକାର କାମାକ୍ଷାନଗରରେ ଯେଉଁ ଉନ୍ନୟନମୂଳକ କାମ ପାଇଁ ଅର୍ଥ ଦେଇଥିଲେ, ତାହା ଅଧାପନ୍ତରିଆ ରହିଛି। ଏଠାରୁ ଏକାଧିକ ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଫୁଲ୍ଲ ମଲ୍ଲିକ ତତ୍କାଳୀନ ସରକାରରେ ଦୀର୍ଘବର୍ଷ ଧରି ବରିଷ୍ଠ ମନ୍ତ୍ରୀ ଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ଶିଳ୍ପ ନାହିଁ। ଯୁବକମାନଙ୍କ ପାଇଁ ଜୀବିକା ନାହିଁ। ସେହିପରି ବାଜି ରାଉତ ଓ ତାଙ୍କ ଜନ୍ମମାଟି ସମ୍ପର୍କରେ ସମସ୍ତେ କହୁଥିବା ବେଳେ ଏଠି ସ୍ବାସ୍ଥ୍ୟ ଓ ଶିକ୍ଷା ବିପର୍ଯ୍ୟସ୍ତ। ଏବେ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଶତ୍ରୁଘ୍ନ କହିଛନ୍ତି।
ରିପୋର୍ଟ: ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri