ଖୁବ୍‌ଶୀଘ୍ର ଆସିବ ‘ପୁଷ୍ପା’ ପାର୍ଟ-୨, ଶ୍ରୀଭଲ୍ଲୀଙ୍କ ଚରିତ୍ର…

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ଓ ସଂଳାପ ଆଜିବି ଦର୍ଶକ ମନେ ରଖିଛନ୍ତି। ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ ପାର୍ଟ ତିଆରି କରିବାକୁ ଅଣ୍ଟା ଭିଡିଥିବା ବେଳେ ଏହାର ନାଁ ‘ପୁଷ୍ପା: ଦି ରୁଲ’ ରଖାଯାଇଛି। ଚଳିତ ବର୍ଷ ଅଗଷ୍ଟରୁ ଏହାର ଶୁଟିଂ ଆରମ୍ଭ ହେବାକୁ ଯାଉଛି ବୋଲି ନିର୍ମାତା କହିଛନ୍ତି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର ଶୁୁଟିଂ ପୂର୍ବରୁ ଫିଲ୍ମର କାହାଣୀ ଲିକ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ଫିଲ୍ମରେ ରଶ୍ମିକାଙ୍କ ଶ୍ରୀଭଲ୍ଲୀ ଚରିତ୍ରକୁ ବହୁତ ଛୋଟ କରି ଦିଆଯାଇଥିବା ଜଣାପଡ଼ିଛି।
‘ପୁଷ୍ପା: ଦି ରୁଲ’ରେ ଶ୍ରୀଭଲ୍ଲୀଙ୍କ ମୃତ୍ୟୁ ହେଉଛି। ଏହା ସହିତ, ଫହାଦ ଫାସିଲଙ୍କ ଚରିତ୍ର ଏଥିରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଥିବା ବେଳେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଭଳି ପରିସ୍ଥିତିରେ ପ୍ରଂଶସକମାନେ ଫହାଦ ଓ ରଶ୍ମିକାଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। କୁହାଯାଉଛି ଯେ, ଏହି ଫିଲ୍ମରେ ଭିଲେନ ହୋଇଥିବା ଫହାଦ ଶ୍ରୀଭଲ୍ଲୀଙ୍କୁ ହତ୍ୟା କରିବେ। ପରେ ଶ୍ରୀଭଲ୍ଲୀଙ୍କ ମୃତ୍ୟୁର ପ୍ରତିଶୋଧ ନେବେ ଅଲୁ ଅର୍ଜୁନ । ଅନ୍ୟପକ୍ଷେ ଫିଲ୍ମର କାହାଣୀ ଲିକ୍‌ ହେବା ଖବର ପ୍ରସଙ୍ଗରେ ନିର୍ମାତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Share