ଖଜୁରିପଡ଼ା/ବଲସକୁମ୍ପା,୩୦ା୮(ଡି.ଏନ୍.ଏ.)- ମେଡିକାଲରେ ଥିବା ସାନଭାଇକୁ ଦେଖିବାକୁ ଆସି ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚକାପାଦ ବ୍ଲକ ବପଲମେଣ୍ଡି ପଞ୍ଚାୟତ ବପଲମେଣ୍ଡି ଗ୍ରାମର ସଭାଜନ ମଲ୍ଲିକ (୫୦)। ସଭାଜନଙ୍କ ସାନଭାଇ ଖଜୁରିପଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କୁ ଦେଖିବାକୁ ଆସିଥିବାବେଳେ ଖଜୁରିପଡ଼ା ପଞ୍ଚାୟତ ଡ଼ଙ୍ଗୀ ସାହିକୁ ଯାଇଥିବା ବେଳେ ଏକ ନାଳ ପାଖରେ ପଡ଼ି ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଅଟଳ ସନ୍ଦେହରେ ଖଜୁରିପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ନଂ.୧୭/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଏଏସଆଇ ଉଦ୍ଧବ କୁମାର ଜାନି ସୂଚନା ଦେଇଛନ୍ତି।