ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ

ଜଳେଶ୍ୱର, ୧୧ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରରେ ଡିଜେ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡୁଥିଲେ। ଏନେଇ ସ୍ଥାନୀୟ ଓ ଜିଲାସ୍ତରୀୟ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ ହୋଇଥିଲା। ବିଶେଷ କରି ରାତି ୧୦ଟା ପରେ ବାହାଘର ଶୋଭାଯାତ୍ରାରେ ଡିଜେ ଶବ୍ଦ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଠିନଂ.୧୯୭ ତା ୧୫ା୫ା୨୩ ଅନୁଯାୟୀ ଜିଲାର ସମସ୍ତ ଥାନା ଅଧିକାରୀ, ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀ ଓ ତହସିଲଦାରମାନଙ୍କୁ ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ ଜଳେଶ୍ୱର ପୌରପାଳିକା ପକ୍ଷରୁ ମାଇକ୍‌ ଯୋଗେ ଡିଜେ ବ୍ୟବହାର ନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି ।

Share