ପୋଖରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଦେବଗଡ଼, ୧୯।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଯେଉଁମାନେ ପୋଖରୀ ଜବରଦଖଲ କରିଛନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ହେଲେ ଉଚ୍ଛେଦ କାମ ବାରମ୍ବାର ଘୁଞ୍ଚିବା ପରେ ମଙ୍ଗଳବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାତ୍ର ଖରା ପାଇଁ ଅଧାରୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିଛି ପ୍ରଶାସନ। ପୂର୍ବରୁ ବାରମ୍ବାର ଉଚ୍ଛେଦ ପାଇଁ ପ୍ରଶାସନ ଆଗେଇ ଆସି ଶେଷ ମୂହୂର୍ତ୍ତରେ ପଛଘୁଞ୍ଚା ଦେଇଛି। ମଙ୍ଗଳବାର ଉଚ୍ଛେଦ ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଖରା ଆଳକରି ପ୍ରଶାସନ ଅଧାରୁ ଜବରଦଖଲ ଉଚ୍ଛେଦ ବନ୍ଦ ରଖିଛି। ପୁଣି ଯେତିକି ଉଚ୍ଛେଦ କରାଯାଇଛି ସେଥିରେ ପୁଣି ପାତରଅନ୍ତର କରୁଛି ପ୍ରଶାସନ। ଜବରଦଖଲକାରୀମାନେ ପ୍ରଶାସନକୁ ବିଭିନ୍ନ କଥା କହି ଭକୁଆ କରୁଛନ୍ତି। କେହିକେହି ଜବରଦଖଲକାରୀ କୋର୍ଟ ଅର୍ଡ଼ର ଥିବା କହି ଜବରଦଖଲ ଉଚ୍ଛେଦ କରିବାକୁ ଦେଉନାହାନ୍ତି।
ପ୍ରକାଶ ଯେ, ୩୧ ଜାନୁୟାରୀରେ ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଜେ ପୋଖରୀ ଚାରିପଟେ ବୁଲି ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରିବା ସହିତ ଉକ୍ତ କାମକୁ ଶୀଘ୍ର ସାରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପ୍ରତି ପ୍ରଶାସନ ତତ୍ପରତା ଦେଖାଇ ୩ ଫେବୃଆରୀରେ ପୋଖରୀ ଏରିଆ ଚିହ୍ନଟ କରିଥିଲା। ଚିହ୍ନଟ କରିବା ପାଇଁ ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଦେବଗଡ଼ ଆରଆଇ ବିଭାଗୀୟ ଏସଡିଓ ଚିତ୍ତରଞ୍ଜନ ନାଏକ, ସ୍ଥାନୀୟ ବୁଦ୍ଧିଜୀବୀ ପହଞ୍ଚତ୍ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିରୁ କିଛି ଏରିଆ ସ୍ଥାନୀୟ ଲୋକେ ଜବର ଦଖଲ କରିଥିବା ଜଣାପଡ଼ିଥିଲା। ପୂର୍ବତନ ପୌରାଧ୍ୟକ୍ଷାଙ୍କ ସମତେ ସ୍ଥାନୀୟ ଲୋକେ ପାଖାପାଖି ୨ରୁ ଊର୍ଦ୍ଧ୍ୱ ଏକର ଜବରଦଖଲ କରିଥିବାବେଳେ ଘର, ବଗିଚା, ପାଇଖାନା କରି ଦେଇଥିବା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ୩ରେ ଉଚ୍ଛେଦ କରିବା ପାଇଁ ଆସିଥିଲେ କିନ୍ତୁ ଜିଲା ପ୍ରଶାସନ ଲୋକଙ୍କୁ ଭୂୟାଁ ବୁଲାଇ ଜେସିବି ମିଳିଲା ନାହିଁ କହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିଦେଇଥିଲେ। ମଙ୍ଗଳବାର ପୋଲିସ, ମାଜିଷ୍ଟ୍ରେଟ, ପୌର ପରିଷଦ ଅଧିକାରୀମାନେ ଆସିଥିଲେ କିନ୍ତୁ ଉଚ୍ଛେଦ କାମ ଅଧାରୁ ଖରା ବାହାନା ଦେଖାଇ ପୁଣି ଫେରି ଆସିଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ଉଚ୍ଛେଦ ପାଇଁ ଦୁଇ ଥର ଆସି ଫେରିଯିବା ଜନସାଧାରଣଙ୍କ ମନରେ ନାନା ପ୍ରଶ୍ନ ଉଠୁଛି। ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରା ନ ଯାଏ ତାହା ହେଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି। ଏସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ପଚାରିବାରୁ ଖରା ପାଇଁ ବନ୍ଦ କରାଗଲା। ପୁଣି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ

ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର...

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image